ସ୍ଵାଧୀନତା ସଂଗ୍ରାମୀ ପରିବାରକୁ ଭେଟିଲେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ

ଫୋକସ ପ୍ଲସ (କଣିହାଁ)୦୯/୦୭/୨୦୨୨: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ 7 ତାରିଖ ସନ୍ଧ୍ୟା ରେ କଣିହାଁ ଏନଟିପିସି ପହଞ୍ଚିଲା ପରେ କଣିହାଁ ମଣ୍ଡଳ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯଇଥିଲା | ପରେ ମନ୍ତ୍ରି ଏନଟିପିସି ହିମଗିରି ଗେଷ୍ଟ ହାଉସ ରେ ରାତ୍ରିଯାପନ କରିଥିଲେ | ଆଜି ସକାଳେ ଅତିଥିଭବନ ଠାରେ ତାଳଚେର ନିର୍ବାଚନ ମଣ୍ଡଳୀର ସଂଜଯୋକ ବୈଠକରେ ମନ୍ତ୍ରୀ ଯୋଗ ଦେଇଥିଲେ ଓ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ | ଏହି ବୈଠକରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ,ସିମାଞ୍ଚଳ ଖଟେଇ ଜିଲ୍ଲା ସଭାପତି ଓ ଜିଲ୍ଲା ସାଧାରଣ ସଂପାଦକ ସୁଦୀପ୍ତ ଗଡ଼ନାୟକ ଯୋଗ ଦେଇଥିଲେ | ବୈଠକ ସାରି ମନ୍ତ୍ରୀ ଏନଟିପିସି ପ୍ଲାଣ୍ଟ ପରିସରରେ ଥିବା ଅନନ୍ତ ଶୟନ ବିଷ୍ଟୁ ମୂର୍ତ୍ତି ଦର୍ଶନ କରିଥିଲେ ଓ ତାପରେ ଏନଟିପିସି ବାଇପାସ୍ ଛକ ନିକଟରେ ଥିବା ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ | ପରେ ସେଠାରୁ ଯାଇ କଂସ ମୁଣ୍ଡା ଗ୍ରାମରେ ପହଞ୍ଚିଥିଲେ |ଗ୍ରାମବାସୀଙ୍କ ତରଫରୁ ଓ କଣିହାଁ ସରପଂଚ ରଞ୍ଜିତା ବେହେରା ନେତୃତରେ ଭବ୍ୟ ସ୍ଵାଗତ ସମବର୍ଦ୍ଧନା ଜଣାଇ ଶୋାଯାତ୍ରାରେ ପାଛୋଟି ନେଇଥିଲେ |ପରେ ସ୍ୱାଧନତା ସଂଗ୍ରାମୀ ପରିବାର ଘରକୁ ଯାଇଥିଲେ,ସ୍ୱାଧୀନତା ର 75 ବର୍ଷ ପୂରଣ ଅବସର “ଆଜାଦି କା ଅମୃତ ମହୋତ୍ସବ” ଅନ୍ତର୍ଗତ ଭାରତ ସରକାରଙ୍କ ମାନ୍ୟବର ଗୃହ ମନ୍ତ୍ରଣାଳୟ ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାୟ, ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ବିଛନ୍ଦ ଚରଣ ପ୍ରଧାନ ଙ୍କ କଂସମୁଣ୍ଡା ସ୍ଥିତ ବାସଭବନ ଙ୍କୁ ଆସି ତୈଳଚିତ୍ର ରେ ମାଲ୍ୟାର୍ପଣ କରି ପରିବାର ସହିତ କିଛି ସମୟ ଅତିବାହିତ କରିଥିଲେ l ଏହି ଅବସର ରେ ସ୍ୱର୍ଗତ ପ୍ରଧାନଙ୍କ ତ୍ୟାଗ, ତପସ୍ୟା ବଳିଦାନ ଉପରେ ଆଲୋକପାତ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ତରଫରୁ ସମ୍ମାନ ଜଣାଇଥିଲେ |ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି ଜିଲ୍ଲା ସାଧାରଣ ସଂପାଦକ ସୁଦୀପ୍ତ ଗଡ଼ନାୟକ , ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ୍, ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ୍ ତାଳଚେର ନିର୍ବାଚନ ମଣ୍ଡଳୀ ମିଡିଆ ସେଲ ଅଧ୍ୟକ୍ଷ ସୁଶାନ୍ତ କୁମାର ସାମଲ , ସୁମନ୍ତ ପ୍ରଧାନ ଜିଲ୍ଲା ଉପ ସଭାପତି ନୃସିହ ବରାଳ ଲୋକନାଥ ସାହୁ ଜଗନ୍ନାଥ ସାହୁ , ଜରଡ଼ା ସମିତି ସଭ୍ୟା ଦୀପ୍ତିମୟୀ ମହାନ୍ତି ମକୁନ୍ଧ୍ ସାହୁ ଶୁଲେନ ଧର ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *