ସ୍ୱଛତା ପାଇଁ ଗଡ଼ିଲା ଅଳିଆ ଉଠା ଗାଡି

ଫୋକସ ପ୍ଲସ 19/2/23( ବ୍ୟୁରୋ): ସ୍ୱଚ୍ଛ ଓ ସୁସ୍ଥ ହେବ ଗାଁ ,ପୌର ପାଳିକା ଭଳି ଘରୁ ଘରୁ ଅଳିଆ ଆବର୍ଜନା ବୋହି ନେବ ଅଳିଆ ଉଠା ଗାଡି । ଗାଁରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ ଏହି ପ୍ରୟାସ ଆରମ୍ଭ କରିଛି ବୋରିଗୁମ୍ମା ବ୍ଲକ ପ୍ରଶାସନ । ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ବାହାରେ ଫୋପାଡ଼ିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଥିଲା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଗାଁ ମାନଙ୍କରେ ବିଭିନ୍ନ ସମୟରେ ପରିବେଶ ପ୍ରଦୂଷଣ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ନଜର ରହିଛି ।

ପରିବେଶକୁ ସଫା ସୁତୁରା କରିବା ପାଇଁ ବ୍ଲକର କାମତା, କୁମୁଲି ଏବଂ ବୋରିଗାଁ ପଂଚାୟତରେ ଏହି ସେବା ଆରମ୍ଭ ହୋଇଛି । ତେବେ ଏହାକୁ ଆରମ୍ଭ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାୟକ ବାହିନୀପତି କହିଛନ୍ତି ଯେ ବଡ଼ ବଡ଼ ସହର ପରି ଉପାନ୍ତ ଅଞ୍ଚଳରେ ଏହି ସେବା ଆରମ୍ଭ ହେବା ଦ୍ୱାରା ଗାଁ ଗହଳି ସ୍ୱଚ୍ଛ ଓ ସୁନ୍ଦର ରହିବ । ଏହା ଯଦି ସଫଳ ରୂପାୟନ ହେବ ତେବେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତେକ ପଂଚାୟତରେ ଏହାକୁ ଆରମ୍ଭ କରିବେ ବୋଲି ମଧ୍ୟ କହିଛନ୍ତି ବିଧାୟକ ।

ତିନି ପଂଚାୟତର ସ୍ୱୟଂ ସହାୟକ ମହିଳା ମାନେ ଏହାକୁ ଚଳାଇବା ଜଣା ପଡ଼ିଛି ।।ଏହା ଗାଡି ବେଟ୍ରି ଚାଳିତ ହୋଇଥିବା ବେଳେ ଏହାକୁ ଜିଲ୍ଲା ପରିଷଦ ଫଣ୍ଡରୁ କ୍ରୟ କରାଯାଇଥିବା ସୂଚନା ଦେଇଛନ୍ତି ବ୍ଲକ ସହାକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି । ସେହିପରି ଏହି ଗାଁରେ ସହର ପରି ଅଭିନଵ ପ୍ରୟାସ ଆରମ୍ଭ କରିଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଲୋକେ ।ଏହି ଭଳି ସମସ୍ୟା ଦୂରୀକରଣ ପଦକ୍ଷେପ ବ୍ଲକ ପ୍ରଶାସନ ହାତକୁ ନେଇ ଏକ ଭିନ୍ନ ପ୍ରୟାସ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *