ସ୍ୱପ୍ନରେ ସାପ ଦେଖିଲେ ମିଳେ କେଉଁ ସଙ୍କେତ? ଶୁଭ ନା ଅଶୁଭ…

ଫୋକସ ପ୍ଲସ16/01/2024: ସାପ ସ୍ୱପ୍ନ ଦେଖିବା ଜୀବନ ଉପରେ କଣ ପ୍ରଭାବ ପକାଇଥାଏ, ଏହା ଶୁଭ କି ଅଶୁଭ ଆସନ୍ତୁ ଜାଣିବା। ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ୱପ୍ନ ଦେଖିଥାନ୍ତି। ବିଶ୍ୱାସ ରହିଆସିଛି ଯେ ଏହି ସ୍ୱପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି ଭଲ ଓ ଖରାପ ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ସାପ ଦେଖିବା କେଉଁ କେଉଁ ସଙ୍କେତର ସୂଚନା ଦେଇଥାଏ- ସ୍ୱପ୍ନରେ କଳା ରଙ୍ଗର ସାପ ଦେଖିବା ଅଶୁଭ ବୋଲି ମନାଯାଏ। ଏହା ନିକଟ ଭବିଷ୍ୟତରେ ଧନ ହାନୀ ହେବା କିମ୍ବା କୌଣସି ରୋଗରେ ପଡ଼ିବାର ସଙ୍କେତ ଦେଇଥାଏ। ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖିବାକୁ ଶୁଭ ବୋଲି ମନାଯାଏ। ଏହା ଶୀଘ୍ର ଧନ ଲାଭ ହେବାର ସୂଚନା ଦେଇଥାଏ। ସ୍ୱପ୍ନରେ ସାପକୁ ମାରୁଥିବାର ଦୃଶ୍ୟ ଦଖିବାକୁ ଶୁଭ ବୋଲି କୁହାଯାଏ। ଏହାର ଅର୍ଥ ଆପଣ ଶତ୍ରୁ ଉପରେ ବିଜୟ ହାସଲ କରିବାକୁ ଯାଉଛନ୍ତି କିମ୍ବା ଆପଣ କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଇବାକୁ ଯାଉଛନ୍ତି। ଯଦି ସ୍ୱପ୍ନରେ ଆପଣଙ୍କୁ ସାପ କାମୁଡୁଥିବାର ଦୃଶ୍ୟ ଦେଖୁଛନ୍ତି ତେବେ ଏହାକୁ ଭଲ ବୋଲି ଧରାଯାଏ ନାହିଁ। ଏହା ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି ରୋଗ ହେବା ସହ ଆପଣଙ୍କ ଜୀବନରେ ଏକ ବଡ଼ ସମସ୍ୟା ଆସୁଥିବାର ସଙ୍କେତ ଦେଇଥାଏ। ସ୍ୱପ୍ନରେ ମଲା ସାପ ଦେଖିବା:- ଯଦି ଆପଣ ସ୍ୱପ୍ନରେ ବାରମ୍ବାର ମଲା ସାପର ସ୍ୱପ୍ନ ଦେଖୁଛନ୍ତି ତ ଏହା ଆପଣଙ୍କ କୁଣ୍ଡଳିରେ ରାହୁ ଦୋଷ ହେବାର ସଙ୍କେତ ଦେଇଥାଏ। ସ୍ୱପ୍ନରେ ଏକାଠି ଅନେକ ସାପ ଦେଖିବା:- ଯଦି ଆପଣ ଏକାଠି ଅନେକ ସାପ ଦେଖୁଛନ୍ତି ତେବେ ଏହାକୁ ଅଶୁଭ ସ୍ୱପ୍ନ ବୋଲି କୁହାଯାଏ ନାହିଁ। ସ୍ୱପ୍ନ ଶାସ୍ତ୍ରରେ ଏଭଳି ସ୍ୱପ୍ନକୁ ଅଶୁଭ ଭାବରେ ଧରାଯାଏ। ଏହି ସ୍ୱପ୍ନ ଆପଣଙ୍କ ଜୀବନରେ କିଛି ବଡ଼ ଅସୁବିଧା ଆସିବାର ସୂଚନା ଦେଇଥାଏ।

Leave a Reply

Your email address will not be published. Required fields are marked *