ସ୍ୱାଗତ ଶୋଭାଯାତ୍ରାରେ ଅଘଟଣ

ଫୋକସ ପ୍ଲସ (ଭଦ୍ରକ): ସ୍ୱାଗତ ଶୋଭାଯାତ୍ରା ବେଳେ ଅଘଟଣ |ରାଲିକୁ ବିରୋଧ କରି ଉଭୟ ଗୋଷ୍ଠି ମୁହାଁମୁହିଁ |ପଥର ଫୋପାଡ଼ି କଲେ ଆକ୍ରମଣ |ଶାନ୍ତି ରକ୍ଷା ପାଇଁ ଉଦ୍ୟମ ବେଳେ ପୋଲିସ ଓ କର୍ମୀ ଆହତ |ଭଦ୍ରକ ପୁରୁଣା ବଜାର ଛକ ଠାରେ ବିଜେଡି ରେ ମିଶିଥିବା କାଉନ୍ସିଲର ଙ୍କୁ ଶୋଭାଯାତ୍ରାରେ ନେଉଥିବା ବେଳେ ଘଟିଛି ଘଟଣା |ଭଦ୍ରକ ପୌରପାଳିକାର 14 ନମ୍ବର ୱାର୍ଡ ର ସ୍ୱାଧୀନ କାଉନ୍ସିଲର ସେକ୍ ଜାହିର ଉଦିନ ବିଜେଡି ରେ ଯୋଗ ଦେବା ପରେ ଆଜି ତାଙ୍କୁ ପୁରୁଣା ବଜାରର ବିଜେଡି କର୍ମୀ ମାନେ ସ୍ୱାଗତ କରି ଏକ ଶୋଭାଯାତ୍ରାରେ ନିଜ ଅଞ୍ଚଳକୁ ନେଉଥିଲେ |ଠିକ ଏହି ସମୟରେ ସମ୍ପୃକ୍ତ କାଉନ୍ସିଲର କୁ ବିରୋଧ କରୁଥିବା କିଛି ଯୁବକ ପ୍ରଥମେ କଳା ପତକା ଦେଖାଇବା ସହ ଭଦ୍ରକ ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ |ପରେ ଶୋଭାଯାତ୍ରା କୁ ବିରୋଧ କରି ଠେଲାପେଲା କରିଥିଲେ |ଏହି ସମୟରେ ଶାନ୍ତିଶୃଙ୍ଖଲା ରକ୍ଷା ଦାଇତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ଅଟକାଇବାରୁ ଉଭୟଙ୍କ ଭିତରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା |ପରେ ଶୋଭାଯାତ୍ରାକୁ ପୋଲିସ ପାସ କରିଦେବା ସହିତ ଶାନ୍ତି ଶୃଙ୍ଖଲା ରକ୍ଷା କରିଛନ୍ତି |ଅନ୍ୟ ପକ୍ଷରେ ପୁରୁଣା ବଜାର ଅଂଚଳରେ ଯେପରି କୌଣସି ଶାନ୍ତି ଶୃଙ୍ଖଳା ନଷ୍ଟ ନ ହୁଏ ତାହାକୁ ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି |ଗତ ରାତି 7ଟା ଠାରୁ ଆଜି ସକାଳ 8 ଟା ପର୍ଯ୍ୟନ୍ତ ଏହି 144 ଧାରା ପୁରୁଣା ବଜାର ଥାନା ଅଂଚଳ ରେ ବଳବତ୍ତର ରହିବ ବୋଲି ଦର୍ଶା ଯାଇଛି |

ଭଦ୍ରକରୁ ଅସିତ ରଞ୍ଜନ ଓଝାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *