ସ୍ୱାଧୀନତାର ଗୌରବ ଯାତ୍ରା

ଫୋକସ ପ୍ଲସ ୧୧/୬/୨୨ (ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତ୍ୟାଗ ଓ ବଳିଦାନର ୭୫ ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଭାଲୁମୁଣ୍ଡା ରୁ ବେଲପଡା ପ୍ରଯ୍ୟନ୍ତ ପଦଯାତ୍ରା ମଧ୍ୟ କରାଯାଇଥିଲା ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତିରେ ଅମୃତ ମୋହତ୍ସବ ପାଳନ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ଗୁରୁଚରଣ ବେହେରାଙ୍କ ନେତୃତ୍ୱରେ ଏହି ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା ଆଓଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇଥିଲେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା ଜିଲ୍ଲାପରିଷଦ ସଦସ୍ୟ ଓମକୁମ୍ଭାର, କୌଶିକ ମେହେର ବଙ୍ଗୋମୁଣ୍ଡା ବ୍ଲକ ଉପାଧକ୍ଷା କେଶବ ନାରାୟଣ ଜୈନ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର ଓ କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *