ସ୍ୱାଧୀନତା ସଂଗ୍ରାମୀ ନୀଳମଣୀ ସାମଲଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ |

ବାଲିଚନ୍ଦ୍ରପୁର ୨୮/୦୧/୨୦୨୪: ପଞ୍ଚଭୂତରେ ଲୀନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଜୀବନର 102 ବର୍ଷ ଅତିକର୍ମ କରିଥିଲେ, ଆଜି ତାଙ୍କ ବିଓଗରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଇ ଶେଷ କୁତ୍ୟ ସମ୍ପର୍ଣ୍ଣ କରାଯାଇଛି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ବଡ଼ଚଣାର ସମସ୍ତ ଅଧିବାସୀ ଓ ତାଙ୍କ ଜନ୍ମ ମାଟି ବାଲିପଡ଼ିଆର ଘରେ ଘରେ ଶୋକ ଛାୟା ଖେଳିଯାଇଛି, ଗାନ୍ଧୀବାଦୀ ମଣିଷ ଟେ ଥିଲେ ନୀଳମଣି,ଗାନ୍ଧୀଜିଙ୍କ ସତ୍ୟାଗ୍ରହ ଆନ୍ଦୋଳନ ହେଉକି ଅସହଯୋଗ ଆନ୍ଦୋଳନ ସବୁ ଠିରେ ସେ ଚାଲୁଥିଲେ ଗାନ୍ଧୀଜିଙ୍କ ସହ, ଯେଉଁଥିପାଇଁ ସେ ବର୍ଷ ବର୍ଷ ମଧ୍ୟ କାରାଗାରରେ ରହିଥିଲେ , ସେହିଭଳି ଏକ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କୁ ହରାଇ ଆଜି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ରାଜନେତା ଓ ବରିଷ୍ଠ ବ୍ୟକ୍ତି |

Leave a Reply

Your email address will not be published. Required fields are marked *