ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ଉଦ୍ୟମ, ଥାନାରେ ଅଟକ ପ୍ରେମୀଯୁଗଳ

ଫୋକସ ପ୍ଲସ (ଜଗତସିଂପୁର)୨୧/୦୭/୨୦୨୨:ବହୁ ଚର୍ଚ୍ଚିତ ଟୁଙ୍ଗୁର ଭୋଳ ବର୍ଷା ସଦୃଷ ଆଉ ଏକ ଘଟଣା ଘଟିଛି ଜଗତସିଂହପୁରରେ। ବିବାହିତ ଝିଅର ପାଗଳାମି ଯୋଗୁ, ସ୍ୱାମୀକୁ ଛାଡି ପ୍ରେମିକ ସାଥିରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ, ଆଜି ଭୋର ସମୟରେ ଜଗତସିଂହପୁର ପୁଲିସ ହାତରେ ଧରାପଡି ଥାନାରେ ଅଟକ ଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି। ଏହି ଘଟଣାରେ ଝିଅର ବାପା ଝିଅକୁ ନେଇ ତାର ସ୍ବାମୀ ହାତରେ ହସ୍ତାନ୍ତର କରି ଜଗତସିଂହପୁର ଥାନାରେ ପହଁଚିବା ପରେ, ଝିଅଟି ୧୭ ନାବାଳିକା ବୋଲି ପୋଲିସ ଜାଣିବାକୁ ପାଇଛି |ପୁଲିସ ଓ ଗଣମାଧ୍ୟରେ ଜଣାଇବା ପରେ, କମ୍ ବୟସରେ ଅଥବା ଝିଅକୁ ତାର ପିତାମାତା ବାଲ୍ୟ ବିବାହ କରି ଆଉ ଜଘନ୍ୟ ଅପରାଧର ଅଭିଯୋଗ ଆସିଛି। ଝିଅ ଓ ତାର ବାପାକୁ ପୁଲିସ ଥାନାରେ ରଖି ଘଟଣା ସମ୍ପର୍କରେ ଜେରା କରୁ ଥିବା ବେଳେ, ଥାନା ଠାରୁ କିଛି ଦୂରରେ ଝିଅର ପ୍ରେମିକ, ଥାନାରୁ ତାର ବିବାହିତ ପ୍ରେମିକା କୁ ନେଇ ସବୁଦିନ ପାଇଁ ତା ପାଖରେ ରଖିବା ପାଇଁ ପାଗଳାମି କରୁ ଥିବା ଦେଖା ଯାଇଛି। ଏପରିକି ଅଂଚଳବାସୀ ଏ ଖରାପ ଧନ୍ଦାରେ ନପଶି ଘରକୁ ପଳାଇବା ପାଇଁ ରସିକ ପ୍ରେମିକକୁ ପ୍ରବର୍ଉତାଉ ଥିବା ବେଳେ, ପ୍ରେମିକ ସେଥିରେ ନାରାଜ ଥିବା ଦେଖା ଯାଇଛି। ” ମୋ ବିନା ପ୍ରେମିକା ବଂଚି ପରିବ ନାହିଁ। ଏଥି ନେଇ ପ୍ରେମିକା ତାର ହାତକୁ କାଟି ଦେଇ ଥିବା ରସିକ ୨୧ବର୍ଷର ପ୍ରେମିକ ନିରଞ୍ଜନ କହୁଛନ୍ତି।
ସୁଚନା ମୁତାବକ, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ତାଲଙ୍ଗ ଗ୍ରାମର ୨୧ବର୍ଷର ଯୁବକ ନିରଂଜନ ମଲ୍ଲିକ ୩ବର୍ଷ ହେଲା ନିଅଳି ଥାନା ଅଞ୍ଚଳରେ ତାର ସାଙ୍ଗର ଭଉଣୀଙ୍କୁ ଭଲ ପାଉଥିଲା। ହେଲେ ଝିଅର ପରିବାର ଲୋକେ ଉକ୍ତ ଭଲ ପାଇବାକୁ ବିରୋଧ କରି ଗତ ୧୫ ଦିନ ତଳେ ବାଲିକୁଦା ଅଂଚଳର ଏକ ଯୁବକ ସହିତ ବିବାହ କରି ଦେଇ ଥିଲେ। ଗତ କାଲି ସଂଧ୍ଯାରେ ବିବାହିତ ଯୁବତୀ ଜଣଙ୍କ ସ୍ବାମୀକୁ ଛାଡି ପ୍ରେମିକ ନିରଂଜନ ସହିତ ଯିବା ପାଇଁ ଉଦ୍ୟମ କରୁ ଥିବା ବେଳ ପ୍ରମିକା କୁ ଜଗତସିଂହପୁର ପୁଲିସ ଧରୀ ଥାନାରେ ଅଟକ ରଖି ତଦନ୍ତ ଚଳାଇ ଥିବା ଦେଖା ଯାଇଛି।

ଜଗତସିଂପୁର ରୁ ସଂଗ୍ରାମ କିଶୋର ପଟନାୟକ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *