ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ 4/3/23(ବେଗୁନିଆପଡା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଓ ସ୍ୱଛତା ରାଷ୍ଟ୍ରଦୂତ ତାଲିମ ଶିବିର ଅନୁଷ୍ଠିତ ହୋଇଛି | ଦୁଇ ମାର୍ଚ୍ଚ ରୁ ଆରମ୍ଭ ହୋଇଥିବା ଉକ୍ତ ତାଲିମ ଶିବିରକୁ ବେଗୁନିଆପଡା ବ୍ଲକ ଏବିଇଓ ସୋମନାଥ ସେଠୀ ଉପସ୍ଥିତ ରହି ଶୁଭାରମ୍ଭ କରିଥିବା ବେଳେ ନୀଳକଣ୍ଠ ଦାଶ ମନ୍ତ୍ର ପାଠ କରିଥିଲେ | ସ୍ୱାସ୍ଥ୍ୟ କର୍ମୀ ମନୋଜ କୁମାର ଡାକୁଆ ଏବଂ ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ର ଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ବେଗୁନିଆପଡା ବ୍ଲକ ର 62ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ତାଲିମ ନେଇଥିଲେ | ପ୍ରଥମ ଦିନରେ ଶିକ୍ଷକ ନୀଳକଣ୍ଠ ଦାଶ ଶିବିର ସମ୍ପର୍କରେ ନିଜ ମତାମତ ରଖିଥିବା ବେଳେ ଶନିବାର ଦିନ ଶିକ୍ଷୟିତ୍ରୀ ଉମାରାଣୀ ମହାରଣା ଶିବିର ସମ୍ବଦ୍ଧିୟ ନିଜର ମତ ରଖିଥିଲେ | ଆୟୁଷ୍ମାନ ଭାରତ ତଥା ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ 10-19 ବର୍ଷ ବୟସର କିଶୋର, କିଶୋରୀ ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି, ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ବିଭିନ୍ନ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ | ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମରେ ଡ଼ଃ.ସଞ୍ଜୟ କୁମାର ସାହୁ, ଡ଼ଃ ମନୋଜ ସାହୁ,ଶ୍ରୀ କବି ଦାଶ (ପିଏଚଇଓ),ଗଣେଶ ନାହାକ (ବିପିଏମଓ),ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକ, ପ୍ରସନ୍ନ କୁମାର ନାୟକ, ଦୀପକ କୁମାର ବିଷୋୟୀ ଙ୍କ ସମେତ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *