ଫୋକସ ପ୍ଲସ (କାଲିମେଳା) ୦୨/୦୭/୨୦୨୨: ଦୀର୍ଘ ଦୁଇବର୍ଷ ପରେ ପ୍ରଭୁ ଚତୁର୍ଥା ମୂରତି ହଜାର ହଜାର ଭକ୍ତଙ୍କ ଗହଳିରେ ରଥା ରୁଢ଼ ହୋଇ ଚାଲିଲେ ମାଉସୀ ମା ଘରକୁ।ଏହି ମନ ଲୋଭା ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ସଦର ମହକୁମାରେ , ଦଶ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଛି l କମିଟି ପକ୍ଷରୁ ସମସ୍ତ ଵେବସ୍ତା କରାଯାଇଥିଲା l ଜନ ଗହଳି କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଥାନା ଅଧିକାରୀ ଭବାନୀ ଶଙ୍କର ସାହୁଙ୍କ ନେତୃତ୍ୱରେ ସମସ୍ତ ଏସଆଇ, ଏ ଏସ ଆଇ, କନେଷ୍ଟବଳ, ଗୃହ ରକ୍ଷୀ, ଓ ଏସ ଏଫ ଯବାନ ମାନେ ନିୟୋଜିତ ଥିଲେ , ଏହା ସହ ଡ୍ରାଇଭର ସଙ୍ଘ ପକ୍ଷରୁ ଅଞ୍ଚଳ ର ସମସ୍ତ ଡ୍ରାଇଭର, ଆର ଏସ ଏସ ପକ୍ଷରୁ ଅଞ୍ଚଳର ଆର ଏସ ଏସ ଯୁବକ ମାନେ,ଏବଂ କାଲିମେଳା ଯୁବ ସଙ୍ଘ ମାନେ ଭକ୍ତ ମାନଙ୍କୁ ନିୟନ୍ତ୍ରଣ କରିବା ସହ ବିଭିନ୍ନ ଦାଇତ୍ୱ ତୁଲାଇ ଥିବା ଦେଖିବାକୁ ମିଳିଛି l ଠାକୁରଙ୍କ ସମୟ ଅନୁଯାଇ ସମସ୍ତ ନୀତି କାନ୍ତି କରାଯାଇଥିବା ମୁଖ୍ୟ ପୂଜକ ରମେଶ ଦାସ କହିଛନ୍ତି.।ଅଞ୍ଚଳର ଠାକୁର ରାଜା ଭାବରେ ବିଡ଼ିଓ ଉମା ଶଙ୍କର ଦଳାଇ ଯୋଗ ଦେଇ ରଥରେ ଛେରା ପହଁରା କରିଥିଲେ l ସମସ୍ତ ଭକ୍ତ ମାନଙ୍କ ନିକଟରେ ନିଜେ ଏହି ଅଞ୍ଚଳ ପାଇଁ ନିଷ୍କଳଙ୍କ ଭାବରେ ଅଞ୍ଚଳ ଉର୍ନତି କରିବା ସହ ଜନ ସାଧାରଣ ଙ୍କ ଉର୍ନତି କରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାଥନା କରିଥିଲେ l