ଫୋକସ ପ୍ଲସ(ଧର୍ମଶାଳା)୧୬/୦୮/୨୦୨୨: ହତ୍ୟା ନା ଆତ୍ମହତ୍ୟା। ଯୌତୁକ ଜୁଇରେ ଜଳିଗଲା କି ରଶ୍ମିତା। ନା ଏହା ପଛରେ ରହିଛି ଆଉ କିଛି ବଡ଼ ରହସ୍ୟ। ଗୋଟିଏ ଘରେ ଉଭୟ ସ୍ୱାମୀ ସ୍ତ୍ରୀ ରାତିସମୟ ରେ ସୋଇଥିବା ବେଳେ ସ୍ତ୍ରୀ କରୁଛି ଆତ୍ମ ହତ୍ୟା କେମିତି ଜାଣି ପାରୁନି ସ୍ୱାମୀ। ନା ସଇତାନ ସ୍ୱାମୀ ନିଜ ସ୍ତ୍ରୀ କୁ ମାରି ଟାଙ୍ଗି ଦେଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳ ରୁ।ଏହି ଥାନା ଅଧିନ ଅଭୟପୁର ପଂଚାୟତ ର ପାହାଡ଼ ତଳି ର ରବୀନ୍ଦ୍ର ଜେନା ଙ୍କ ପୁଅ ଜିତେନ୍ଦ୍ର ଙ୍କ ସ୍ତ୍ରୀ ର ମୁର୍ତ୍ତୃ ଘଟିଛି l ଗତ 7/o5/2021ରେ ମାହାଙ୍ଗା ଥାନା ଅନ୍ତର୍ଗତ ଆଲିନଗର ବର ଅଠା ଗ୍ରାମର ମାଧବାନନ୍ଦ ବରାଳ ଙ୍କ ଝିଅ ରଶ୍ମିତା ବଳ (26)ପାହାଡ଼ ତଳି ର ରବୀନ୍ଦ୍ର ଜେନା ଙ୍କ ପୁଅ ଜିତେନ୍ଦ୍ର ଙ୍କୁ ହିନ୍ଦୁ ଧର୍ମ ର ବୈଦିକ ରୀତି ନୀତି ରେ ବିବାହ କରି ଥିଲା l ବିବାହ ପର ଠାରୁ ଉଭୟ ସ୍ୱମୀ ଓ ସ୍ତ୍ରୀ ମଧ୍ୟରେ ସବୁ ସମୟ ରେ ବେଳେ ମନ ମତାନ୍ତର ଲାଗି ରହି ଥିଲା l ସ୍ୱାମୀ ରଶି ଲଗାଇ ଆତ୍ମ ହତ୍ୟା କରିଛି କହୁ ଥିବା ବେଳେ, ଝିଅ ର ବାପା, ମା, ଭଉଣୀ ମୋ ଝିଅ କୁତଣ୍ଟି ଚିପି ମାରି ଟାଙ୍ଗୀ ଦେଇ ଛନ୍ତି ବୋଲି ଧର୍ମଶାଳା ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ଥାନା ଅଧିକାରୀ ସବକୁ ପୋଷ୍ଟ ବଟମ ପାଇଁ ପଠାଇ, ଘଟଣା ର ଅଧିକ ତଦନ୍ତ ପାଇଁ ସ୍ୱାମୀ ଜିତେନ୍ଦ୍ର ଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା ଜାରି ରଖିଛି।
ଧର୍ମଶାଳା ରୁ ଦିବାକର ଲେଙ୍କା ଙ୍କ ରିପୋର୍ଟ ଫୋକସ ପ୍ଲସ l