ହତ୍ୟା ମାମଲାରେ ଯୁବକକୁ କୋର୍ଟ ଚାଲାଣ

ଫୋକସ ପ୍ଲସ (କନ୍ଧମାଳ): ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ବରପଦା ସାହି ଅଘଟଣ ଘଟିଥିଲା |ସୂଚନା ଅନୁସାରେ ବରପଦା ସାହି ରୁ ଚାନ୍ଦିନୀ କହଁର ନାମକ ଏକ 72 ବର୍ଷିଆ ବୃଦ୍ଧାଙ୍କୁ ଅପରାହ୍ନ 2 ରୁ 3 ଘଂଟିକା ସମୟ ମଧ୍ୟରେ ରକ୍ତାକ୍ତ ଅବସ୍ଥାରେ ନିଜ ସମ୍ପର୍କୀୟ ଏବଂ ସାହି ଲୋକ ଟିକାବାଲି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଙ୍କୁ ଆଣିଥିଲେ |କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମୃତ ବିଷୟରେ ଟିକାବାଲି ଥାନା କୁ ଖବର ଦେଇଥିଲେ |ଟିକାବାଲି ଥାନା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀମୟୀ ଷାଣ୍ଢ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଶବ ଜବତ କରି ଥାନାରେ କେହି ଏତଲା ଦେଇନ ଥିବା ରୁ 13/22ରେ ଏକ ଅପମୃତ ମାମଲା ୠଜୁକରି ହତ୍ୟା ସନ୍ଦେହରେ ସ୍ଥାନୀୟ ବରପଦା ସାହିର ରାମଦାସ କହଁର ଙ୍କ ପୁଅ ଟୁଟୁ କହଁର (48)ଙ୍କୁ ସନ୍ଦେହ ରେ ଥାନାରେ ଅଟକ ରଖି ଘଟଣା ର ତଦନ୍ତ ଚଳାଇ ଥିଲେ |ପରବର୍ତ୍ତୀ ମୁହୂର୍ତ ରେ ରିଖ ଦିନ 1ଘଂଟିକା ସମୟରେ ମୃତ ଚାନ୍ଦିନୀ କହଁର ଙ୍କ ଦିବ୍ୟାଙ୍ଗ ସ୍ୱାମୀ ଦୟା କହଁର ଟିକାବାଲି ଥାନାରେ ତାଙ୍କ ସ୍ତ୍ରୀ ଙ୍କୁ ହତ୍ୟା କରାଯାଇଥିବାର ଏକ ଲିଖିତ ଅଭିଯୋଗ କରିଥିଲେ |

ପରେ ଜବତ ହୋଇଥିବା ଶବକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ପଠାଇ ବ୍ୟବଛେଦ ପରେ ନିଜ ପରିବାର କୁ ହସ୍ତାନ୍ତରକରଥିଲେ | ସୂଚନା ଥାଉକି ଆସାମୀ ଟୁଟୁ କହଁର ମୃତ ଚାନ୍ଦିନୀ ଙ୍କୁ ଜାଣି ଶୁଣି ଜୀବନରେ ମାରିନ ଥିବା ଓ ଦୁର୍ଭାଗ୍ୟ ବଶତଃ ତାଙ୍କ ମାଡ଼ରେ ତଳେ ସପ୍ଲାଇ ପାଣି ଯାଇଥିବା ପାଇପ ରେ ମୁଣ୍ଡ ବାଜି ମୁଣ୍ଡ ଫାଟି ଯିବା ଫଳରେ ବୃଦ୍ଧାଙ୍କ ମୃତ ହୋଇଥିବା କହୁଛନ୍ତି |କିନ୍ତୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ର ପ୍ରକୃତ ରହସ୍ୟ ଜଣାପଡିବ | ଏନେଇ କେଶ ନଂ 72/22 ଆଇ ପି ସି 302 ଧାରାରେ ଆଉଏକ ହତ୍ୟା ମାମଲା ୠଜୁ କରାଯାଇ ଥିଲା | ଆଜି ସାନ୍ଧ୍ୟ 5 ଘଣ୍ଟିକା ସମୟରେ ଆସାମୀ ଙ୍କୁ କୋର୍ଟ ଚାଲାଣ କରଥିବା ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀମୟୀ ଷାଣ୍ଢ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *