ହରିଶ୍ଚନ୍ଦ୍ର ଯୋଜନାରେ ଲୁଟ

ଫୋକସ ପ୍ଲସ(ହାଟଡ଼ିହି)୨୩/୦୮/୨୦୨୨: ଲୁଟ ,ହରିଲୁଟ,ମହାଲୁଟ,।ହାଟଡ଼ିହି ବ୍ଳକ ଅନ୍ତର୍ଗତ ଶାଳନିଆଁ ଓ ବାଲିବୋରେଇ ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ।ମୃତ ବ୍ୟକ୍ତିଙ୍କ ଶବଦାହ ପାଇଁ ଆସୁଥିବା ଟଙ୍କାକୁ ମଧ୍ୟ ଛାଡିଲେ ନାହିଁ। ଶାଳନିଆଁ ପଞ୍ଚାୟତ ରେ ମୃତ ବ୍ୟକ୍ତିଙ୍କୁ ଦୁଇ ଦୁଇଥର ମୃତ ଦେଖାଇ କରିଛନ୍ତି ହରିଲୁଟ।ସେହିପରି ବାଲିବରେଇ ପଞ୍ଚାୟତ ରେ ୨୨୦ ଜଣ ହିତାଧିକାରୀଙ୍କ ହାରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଉଠାଣ ହୋଇଥିବା ବେଳେ ୧୭୭ ଜଣଙ୍କର ଠିକଣା ନ ଥିବା ବେଳେ ଗୋଟିଏ ମୋବାଇଲ ନମ୍ବରରେ ସମସ୍ତଙ୍କ ଟଙ୍କା ଉଠାଣ କରାଯାଇଛି।ମୁନାଫାଖୋର ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ।5t ଜରିଆରେ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁ ଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରେ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟଳୟ କୁ ଦୌଡାଇ ଟଙ୍କାକୁ ଚଳୁ କରିଛନ୍ତି।ବିଡ଼ିଓ ବିଚିତ୍ରନନ୍ଦ କର ତଦନ୍ତ କରିଥିବା ବେଳେ ବ୍ଳକ ପକ୍ଷରୁ ଏକ ଚାରିଜାଣିଆ ଟିମ ପଞ୍ଚାୟତ ର ହିତାଧିକାରୀଙ୍କ ଘରଘର ବୁଲି ତଦନ୍ତ ଆରମ୍ଭ କରିଛନ୍ତି।ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଙ୍କ ଉପରେ କେଵ ନିଆଯିବ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା।

 

ହାଟଡ଼ିହି ରୁ ଦେବବ୍ରତ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *