ହଳଦୀ ଲଗାଉ ଲଗାଉ ଟଳି ପଡିଲେ ବରଙ୍କ ଭାଇ

ଫୋକସ ପ୍ଲସ 24/2/23(ବ୍ୟୁରୋ): ଗୀତ ବାଜୁଛି ବାଜା ବାଜୁଛି ,ବରକୁ ହଳଦୀ ମଧ୍ୟ ଲଗା ଚାଲିଛି | ସମସ୍ତେ ଏକ ଖୁସିର ମାହୋଲରେ ଅଛନ୍ତି | ଆଉ ଏହି ଖୁସି ମାହୋଲରେ ଘଟିଛି ଏପରି କିଛି ଅଘଟଣ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ | ହଳଦୀ ଲଗାଉ ଲଗାଉ ଟଳି ପଡିଲେ ବରର ଭାଇ |ଆଜ୍ଞା ହଁ ହଲଦୀ ସେରିମନି ଚାଲିଥିବା ବେଳେ ହଠାତ ବରର ଭାଇ ଜଣକ ଟଳି ପଡ଼ିଛନ୍ତି |ଆଉ ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ମୃତ୍ୟ କେତେବେଳେ କିପରି ଆଉ କୋଉ ମୁହୂର୍ତ୍ତରେ ଆସି ଥାଏ ତାହା କେହି ଜାଣି ନଥାନ୍ତି |

ଏକ ଖୁସିର ମାହୋଲ ସମୟରେ ଏହି ଭଳି ଘଟଣା ସଭିଙ୍କ ପାଇଁ ଦୁଖଦଃ ଖବର ପାଲଟିଛି | କେହି ଭାବି ନଥିଲେ ଏପରି କିଛି ଘଟିବ ବୋଲି |ହଲଦୀ ସେରିମନି ଚାଲିଥିବା ବେଳେ ହାର୍ଟ ଆଟାକ୍‌ରେ ବର ଭାଇଙ୍କ ମୃତ୍ୟୁ ହୋଇଛି |ବାହାଘର ପୂର୍ବରୁ ବର ଭାଇଙ୍କ ଜୀବନ ଚାଲିଯାଇଛି । ସାନ ଭାଇର ବାହାଘର ଦେଖିବା ପୂର୍ବରୁ ଏ ଦୁନିଆ ଛାଡି ଚାଲିଯାଇଛନ୍ତି ବଡ ଭାଇ । ଏଭଳି ଦୁଖଦଃ ଘଟଣା ଘଟିଛି ହାଇଦ୍ରାବାଦ୍‌ର କଳା ପଥରରେ | ତେବେ ବର୍ତ୍ତମାନ ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ଅଳ୍ପ ସମୟ ପରେ ସେ ବଞ୍ଚିଥିବ କି ନାହିଁ, ତାହାର କିଛି ଗ୍ୟାରେଣ୍ଟି ନାହିଁ। କେଉଁ ମୁହୂର୍ତ୍ତରେ ମଧ୍ୟ ଆପଣଙ୍କ ଜୀବନ ଯାଇପାରେ।

ଭାଇର ହଳଦୀ ସେରିମନି ଚାଲିଥିଵା ବେଳେ ହସ ଖୁସିର ମାହୋଲ ଭିତରେ ହଠାତ୍ ମାଡି ଆସିଲା ଦୁଃଖର କଳା ବାଦଲ। ଏଭଳି ଅଘଟଣ ଘଟିଲା ଯାହାକୁ କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। | ବିବାହ ପୂର୍ବରୁ ବରଙ୍କ ଘରେ ହଲଦୀ ସମାରୋହର ଆୟୋଜନ କରାଯାଇଥିଲା ଏବଂ ସମସ୍ତେ ଖୁସି ମଧ୍ୟ ଥିଲେ | ଭାଇକୁ ହଲଦୀ ଲଗାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ବ୍ୟକ୍ତି ଜଣକ ଟଳି ପଡିଥିଲେ । ତେବେ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି | ପୁରା ପରିବାର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି | ଏହି ଘଟଣା ପରେ ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି । ସେପଟେ ଏହି ଘଟଣାରେ ଭିଡିଓ ଭାଇରାଲ ନକରିବାକୁ ଅନୁରୋଧ କରିଛନ୍ତି ପରିବାର ସଦସ୍ୟ ।

Leave a Reply

Your email address will not be published. Required fields are marked *