ହସିବା ପଡ଼ିଲା ମହଙ୍ଗା

ଫୋକସ ପ୍ଲସ(ବାଲିଆପାଳ)୨୫/୦୮/୨୦୨୨: ହସିବା ଟା ମହଙ୍ଗା ପଡ଼ିଲା କନିଷ୍ଟ ଯନ୍ତ୍ରୀ ଙ୍କୁ । ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ । ଅବଶ୍ୟ ସେହି ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଇଙ୍ଗିତ । ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ ଦର୍ଶାଅ ନୋଟିସର ପ୍ରତିବାଦ କରି ସେ କହିଛନ୍ତି, ଲଢ଼େଇ ଜାରି ରହିବ । ସେ କହିଛନ୍ତି, ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ପରିଦର୍ଶନ ସମୟରେ ସେ ନିଜେ ଏହା ଦେଖିଥିଲେ । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି ମିହିର ।ଏହି କାରଣରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ପରେ ଅବଶ୍ୟ ତାକୁ ବ୍ଲକ ପ୍ରଶାସନ ପକ୍ଷରୁ ଲୁଚାଇ ଦିଆଯାଇଥିବା କହିଛନ୍ତି ମିହିର ପଣ୍ଡା ।  ଆରପଟେ ପିଡି ରବୀନ୍ଦ୍ର ସାହୁ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ମିହିରଙ୍କୁ ନୋଟିସ୍ କରାଯାଇଛି । ମିହିର ପଣ୍ଡା ଙ୍କ କଥାରେ ବି କିଛିଟା ତାଳ ମେଳ ରହୁନି ଯଦି ସେ ପରିଦର୍ଶନ କରିଥିଲେ ତାହେଲେ କହୁଥିବା ସଂଖ୍ୟା ଟା 40ନାଁ 50 ତାହା ଠିକ ଭାବରେ କୁହନ୍ତୁ l ବ୍ଲକ ର ଏକ ଜରୁରୀ ସମୀକ୍ଷା ବୈଠକ ରେ ପିଡି ଜେଇ ଙ୍କୁ କାହିଁକି ହସିଲେ ଓ ଅଧିକ ମଦ୍ୟପାନ କରି ଆସିଥିବାରୁ ଜେଇ ମିହିର ପଣ୍ଡାକୁ ସୋକୋଜ ନୋଟିସ ଲଗାଇଥିବା ପିଡି କହିଛନ୍ତି |

 

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

 

Leave a Reply

Your email address will not be published. Required fields are marked *