ଫୋକସ ପ୍ଲସ 13/2/23(ବ୍ୟୁରୋ): ହସ୍ପିଟାଲର ଭିତରେରେ ଫୁଟିଲା ଗୁଳି । ଚାଲିଗଲା ଓକିଲଙ୍କ ଜୀବନ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓକିଲ ଜଣକ । ହେଲେ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏହି ମୃତ୍ୟୁର କାରଣ ଅନ୍ୟ କେହି ହୋଇନଥିବା ଜଣାପଡ଼ିଛି ।ସୂଚନା ମୁତାବକ ଓକିଲ ଜଣକ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଜାନୁଆରୀ ୧୬ ତାରିଖରେ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ସ୍କାନିଂର ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମା’ଙ୍କୁ ସ୍କାନିଂ ରୁମ୍କୁ ନିଆଯାଇଥିଲା । ସ୍କାନିଂ ରୁମ୍କୁ ନେବା ପୂର୍ବରୁ ସେଠାରେ ସମସ୍ତ ଧାତୁ ବା ଅଳଙ୍କାର ଗୁଡ଼ିକୁ ବାହାର କରିଦିଆଯାଇଥିଲା ।ହେଲେ ଓକିଲଙ୍କ ଜଣକ ସ୍କାନିଂ ରୁମ୍ରେ ପ୍ରବେଶ କରିବା ବେଳେ ତାଙ୍କ ନିକଟରେ ଏକ ବନ୍ଧୁକ ରହିଯାଇଥିଲା । ସ୍କାନିଂ ରୁମ୍ଟି ଚୁମ୍ବକୀୟ କ୍ଷେତ୍ର ହୋଇଥିବାରୁ ସେଠାରେ ବନ୍ଧୁକଟି ଓକିଲଙ୍କ ପେଟରେ ଫୁଟିଯାଇଥିଲା । ଓକିଲଙ୍କ ଅସାବଧାନତା କାରଣରୁ ଏପରି ଘଟିଥିବା କୁହାଯାଉଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ଚିକିତ୍ସା କରାଯାଇଥିଲା । ହେଲେ ତାଙ୍କର ଗତ ୬ ତାରିଖରେ ମୃତ୍ୟୁ ହୋଇଛି ।ଘଟଣାଟି ବ୍ରାଜିଲର ସାଓ ପାଉଲୋରେ ଥିବା ଲାବ୍ରୋଟେରୀରେ ଘଟିଛି । ସାଓ ଲୁଇଜ୍ ମୋର୍ମ୍ବି ହସ୍ପିଟାଲରେ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପୋଲିସ ମଧ୍ୟ ତାର ତଦନ୍ତ ଆରମ୍ଭ କରିଛି । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି କିପରି ଓକିଲଙ୍କ ମୃତ୍ୟୁ ହେଲା ତାର କାରଣ ପୋଲିସ ଖୋଜୁଛି ।