ହାତୀବେଶ ନିର୍ମାଣରେ ନିମଗ୍ନ କାରିଗର

ଫୋକସ ପ୍ଲସ ୧୦/୬/୨୨ (ପୁରି): ମହାପ୍ରଭୁଙ୍କ ବିବିର୍ଣ୍ଣ ବେଶ ମଧ୍ୟରୁ ହାତୀବେଶ ବା ଗଜାନନ ବେଶ ଅନ୍ୟତମ l ପ୍ରତିବର୍ଷ ସ୍ନାନପୁର୍ଣିମାରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥାଏ l ଆସନ୍ତା ୧୪ ତାରିକ ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ହାତୀ ବେଶରେ ସୁ ସଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ l ଏଥିନିମନ୍ତେ ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ ନିମନ୍ତେ ବ୍ୟସ୍ତ ହୋଇପଡିଛନ୍ତି କାରିଗରମାନେ l ବାଲିସାହି ସ୍ଥିତ ଗୋପାଳ ତୀର୍ଥ ମଠ ଏବଂ ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖସ୍ତ ଶ୍ରୀ ରାଘବ ଦାସ ମଠ ପକ୍ଷରୁ ହାତୀବେଶ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଦିଆଯାଇଥାଏ l ଦୀର୍ଗ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ପବିତ୍ର ସ୍ନାନ ଯାତ୍ରା ହେବାକୁ ଯାଉଛି l ଶ୍ରଦ୍ଧାଳୁମାନେ ୨ ବର୍ଷ ପରେ ସ୍ୱଚକ୍ଷୁରେ ଦୁର୍ଲବ ହାତୀବେଶ ଦର୍ଶନ ର ସୁଯୋଗ ପାଇବେ l ବଡ଼ ଠାକୁର ବଳଭଦ୍ର ଧଳା ରଙ୍ଗ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଳା ରଙ୍ଗର ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ l ଏହି ବେଶ ଲାଗି ଜୋରଦାର ପ୍ରସ୍ତୁର୍ତ୍ତି ଚାଲିଛି l ପରମ୍ପରା ଅନୁଯାଇ ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ କାର୍ଯ୍ୟ ଅନୁକୂଳ ହୋଇଛି l ବେଶ ନିର୍ମାଣ ପାଇଁ ମୁଖ୍ୟତଃ ସୋଲ, କପଡା,କଦଳୀ, ପାଟୁକା ବିବିର୍ଣ୍ଣ ପ୍ରକାର ଜରି ଜମ୍ବୁରା ବିବିର୍ଣ୍ଣ ପ୍ରକାର ଲେସ ବାଉଁଶ କାଠି ଏବଂ କଇଁଥ ଅଠା ଆବଶ୍ୟକ ହୋଇଥାଏ l କାରିଗର ମାନେ ହବିସାଅର୍ଣ୍ଣ ଖାଇ ସୁଧପୁତ ଭାବେ ଠାକୁରଙ୍କ ବେଶ ନିର୍ମାଣ କରୁଛନ୍ତି l

ପୁରିରୁ ଜଗବନ୍ଧୁ ବେହେରାଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *