ଫୋକସ ପ୍ଲସ ୧୧/୬/୨୨ (ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ହଦଗଡ ହସ୍ତୀ ଅଭୟାରନ୍ୟ ରେ ଏକ ୩୦ ବର୍ଷିୟ ଦନ୍ତା ର ମୃତ୍ଯୁ ଘଟିଛି। ଗତକାଲି ବିଳମ୍ବିତ ସଂନ୍ଧ୍ଯା ରେ ଏହି ଘଟଣା ବନବିଭାଗ ପେଟ୍ରୋଲିଂ ଟିମ୍ ନଜରକୁ ଆସିବିପରେ ଆଜି ଆନନ୍ଦପୁର ଡିଏଫଓ ଙ୍କ ନେତୃତ୍ବୋରେ ବନବିଭାଗ ଟିମ୍ ସେଠାରେ ପହଁଞ୍ଚିଛନ୍ତି। ଏକ ୮ଜଣିଆ ହାତୀ ପଲ ଏକ ସଙ୍ଗେ ବୁଲୁଥିବା ବେଳେ ସେମାନଙ୍କ ମଧ୍ଯରୁ ଦୁଇଟି ଦନ୍ତା ଙ୍କ ମଧ୍ଯ ରେ ସଂର୍ଘଷ ଘଟିଥିଲା। ହସ୍ତୀ ଅଭୟାରନ୍ଯର ଦଳକି ନିକଟେରେ ଥିବା ପାହାଡ ଶିଖରରେ ଏହି ସଂର୍ଘଷ ସମୟରେ ଗୋଟିଏ ଦନ୍ତା ତଳକୁ ଖସିପଡିବାରୁ ତାର ମୃତ୍ଯୁ ଘଟିଥିବା ନେଇ ସନ୍ଦେହ କରାଯାଉଛିା ତେବେ ମୃତ ଦନ୍ତା ଦାନ୍ତ ସହ ଅନ୍ଯାନ୍ଯ ଅଙ୍ଗ ସବୁ ଠିକ୍ ରହିଛି ା ପାହାଡରୁ ଖସିପଡିବାରୁ ମୃତ ଦନ୍ତାର ଶରୀରରେ ଅନେକ କ୍ଷତ ଦେଖିବାକୁ ମିଳିଛି। ହେଲେ ମୃତ ଦେହ ପଚିବାକୁ ଆରମ୍ଭ କରିଥିବାରୁ ଦନ୍ତାର ମୃତ୍ଯୁ ୨-୩ ଦିନ ପୂର୍ବେ ହୋଇଥିବି ଅନୁମାନ କରାଯାଉଛି ା ତେବେ ମୃତ୍ଯୁ ର ପ୍ରକୃତ କାରଣ ଯାଣିବାକୁ ସରକାରୀ ନିୟମ ଅନୁଜାୟି ଦନ୍ତା ର ପୋଷ୍ଟମାଟମ ପାଇଁ ଶିମିଳିପାଳ ର ଏକ ଡାକ୍ତରୀ ଦଳ ଙ୍କୁ ଡକାଯାଇଥିବା ସୂଚନା ଦେଇଛନ୍ତି DFO ଅଜିତ ଶତପଥୀ।
ହାଟଡ଼ିହିରୁ ଦେବବ୍ରତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ।