ଫୋକସ ପ୍ଲସ(ଠାକୁରମୁଣ୍ଡା): ହାତୀ ଘଉଡେଇବା, ହାତୀ ଉପଦ୍ରବ କରିଥିବା କ୍ଷୟକ୍ଷତିର |ତୁରନ୍ତ କ୍ଷତି ପୂରଣ ଦାବିକରି ୧୦ ବନ ବିଭାଗ କର୍ମଚାରୀ ଙ୍କୁ ଅଟକ। ଗତକାଲି ବିଳମ୍ବିତ ରାତିରୁ ଅଟକ ରଖିଛନ୍ତି ଗ୍ରାମବାସୀ ।ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମିବାର ନା ଧରୁନି ହାତୀ ଉପଦ୍ରବ । ଯାହା ଫଳରେ ଲୋକେ ଅତିଷ୍ଠ ହଇ ଆଜି ବିଳମ୍ବିତ ରାତିରୁ ରରୁଆଁ ଫୋରେଷ୍ଟର ଉମାକାନ୍ତ ବେହେରା ଏବଂ ୧୦ଜଣ ଅସ୍ଥାୟୀ ବନ କର୍ମଚାରୀ ଙ୍କୁ ଅଟକ ରଖି ପ୍ରତିବାଦ କରୁଥିଲେ। ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଦୁଧିଆଣି ରେଞ୍ଜ ଦରି ସେକ୍ସନର ଫୋରେଷ୍ଟର ଭାଗୁରାମ ବେଶ୍ରାଙ୍କୁ ଛାଡି ରରୁଆଁ ଫୋରେଷ୍ଟର ଖସି ଯାଇଥିବା ବେଳେ ବର୍ତ୍ତମାନ ଦରି ସେକ୍ସନ ଫୋରେଷ୍ଟର ଭାଗୁରାମ ବେଶ୍ରା ଙ୍କୁ ଅଟକ ରଖି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଅଞ୍ଚଳରୁ ହାତୀମାନଙ୍କୁ ତୁରନ୍ତ ଘଉଡେଇବା,ହାତୀ ଦ୍ବାରା ହଇଥିବା
କ୍ଷୟକ୍ଷତିର କ୍ଷତି ପୂରଣ ତୁରନ୍ତ ଯୋଗାଇବା ସହିତ ରରୁଆଁ ଫୋରେଷ୍ଟରଙ୍କ ବଦଳି ଦାବି କରି ଅଟକ ରଖିଛନ୍ତି ଶିରମଣିପୁର ଲୋକେ । ବର୍ତ୍ତମାନ ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୪ ଟି ହାତୀ ଉପଦ୍ରଵ ଜାରି ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ସହିଲେଣି ଲୋକେ । ଯାହାକୁ ବିରୋଧ କରି ଅଭିନବ ପ୍ରତିବାଦ କରୁଛନ୍ତି ଗ୍ରାମବାସୀ ।ସେହିପରି ଘଟଣା ସ୍ଥଳରେ ସ୍ଥାନୀୟ ଦୁଧିଆଣି ଫୋରେଷ୍ଟର ଏବଂ କିଛି ବନ କର୍ମଚାରୀ ଲୋକଙ୍କ ସହିତ ବୁଝାମଣା କରିବା ପରେ ଦିର୍ଘ ୩ ଘଣ୍ଟା ପରେ ଅଟକ ବନ କର୍ମଚାରୀ ଙ୍କୁ ଉଦ୍ଧାର କରାଯାଇଛି ।
ଠାକୁରମୁଣ୍ଡାରୁ ବସନ୍ତ କୁମାର ସୋରେନଙ୍କ ରିପୋର୍ଟ