ହାତ ଗୋଡ଼ ବାନ୍ଧି ନଦୀକୁ ଫିଙ୍ଗିଦବା ଘଟଣା ରେ ତିନି ସହଯୋଗୀ ଫେରାର

ଫୋକସ ପ୍ଲସ(ଅନୁଗୁଳ)୧୦/୦୯/୨୦୨୨: ପାଲଲହଡା ଉପଖଣ୍ଡ ପରାଛାଟ ପଂଚାୟତ ଭାଲୁକି ଗ୍ରାମର ସୁଶାନ୍ତ ସାହୁ କଲଣ୍ଡା ତାରିଣୀ ମନ୍ଦିର ନିକଟରୁ ନିଖୋଜ ହୋଇ କଣିହାଁ ବ୍ଲକ ଗହମ ଗ୍ରାମ ଦୁର୍ଗାପୁର ଘାଟରେ ସୁଶାନ୍ତ ଙ୍କ ହାତ ଗୋଡ଼ ସହିତ ପଥର ବନ୍ଧା ହୋଇଥିବା ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା | ଏଇ ଘଟଣା କୁ ନେଇ ଖମାର ଥାନାରେ ସୁଶାନ୍ତ ଙ୍କ ସ୍ତ୍ରୀ ସୁଷମା ସାହୁ ସ୍ଵାମୀ ଙ୍କୁ ହତ୍ୟା କରାଯାଇଥିବା ନେଇ ଖମାର ଥାନାରେ 4 ଜଣଙ୍କ ନାମରେ ଏତଲା ଦେଇଥିଲେ | ଏତଲା ମୁତାବକ ଆଜି ଖମାର ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରୀ ଦୀପକ ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖମାର ପୋଲିସ କହିଛି | ଏଥି ସହିତ ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ଥିବା ମଧ୍ୟ ପୋଲିସ କହିଛି | ଫେରାର ଥିବା ଅନ୍ୟ ତିନିଜଣ ହେଲେ ପଟାଟାଙ୍ଗର ଗ୍ରାମର ହାଡିବନ୍ଧୁ ବିଶ୍ୱାଳ,କର୍ଣ୍ଣପାଳ ଗ୍ରାମର JCB ଡ୍ରାଇଭର ବାବୁଲା ଓ କର୍ଣ୍ଣପାଳ ଗ୍ରାମର ସୁନୀଲ ସାହୁ ଫେରାର ଥିବା ଜଣା ପଡ଼ିଛି | ଆସାମୀ ଦୀପକ ପ୍ରଧାନ ଙ୍କ ବୟାନ ଅନୁଯାୟୀ ଆଜକୁ 30 ବର୍ଷ ପୂର୍ବରୁ ଜମିବାଡ଼ି ବିବାଦ କୁ ନେଇ ସୁଶାନ୍ତ ସାହୁ ଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିଲା | ଯାହାକି ସୁଶାନ୍ତ ସାହୁ ଙ୍କ ବାପା ଜୟ କୃଷ୍ଣ ସାହୁ ଓ ଦୀପକ ପ୍ରଧାନ ଙ୍କ ବାପା ଗୋଲେଖ ପ୍ରଧାନ ଙ୍କ ଜମି ବାଡ଼ି କୁ ନେଇ ପାଲଲହଡା କୋର୍ଟ ରେ ମକର୍ଦମା ଚାଲି ଥିଲା | ଏ ପରିକି ମୃତ ସୁଶାନ୍ତ ସାହୁ ଙ୍କ ବାପା ଦୀପକ ପ୍ରଧାନ ବାପା ଙ୍କୁ ଟାଙ୍ଗିଆ ରେ ହାଣି ଥିବା ମଧ୍ୟ ଦୀପକ ପ୍ରଧାନ କହିଛନ୍ତି | ସେଇ ପୂର୍ବ ରାଗ ରଖି ଗତ ରବିବାର ସନ୍ଧ୍ୟା 7 ଘଟିକା ସମୟରେ ସୁଶାନ୍ତ ସାହୁ ଙ୍କ ବାପା ଜୟକୃଷ୍ଣ ସାହୁ ପନିପରିବା ଫସଲ କୁ ନେଇ କଣ୍ଟିଆ ପଶି ଗ୍ରାମର ରଞ୍ଜନ କୁମାର ସାହୁ ସୁଶାନ୍ତ ସାହୁ ଙ୍କ ବାପା ଜୟକୃଷ୍ଣ ସାହୁ ଙ୍କୁ ଟାଙ୍ଗିଆ ରେ ହାଣି ଆଘାତ କରିବା ଅଭିଯୋଗରେ ଖମାର ଥାନାରେ ଅଭିଯୋଗ କରି ଫେରିବା ବାଟ କଲଣ୍ଡା ତାରିଣୀ ମନ୍ଦିର ନିକଟରେ ସୁଶାନ୍ତ ସାହୁ ଓ ଦୀପକ ପ୍ରଧାନ ମୁହାଁମୁହିଁ ହୋଇ ବଚସା ହୋଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ପ୍ରଧାନ ଏକ ବାଡ଼ିରେ ସୁଶାନ୍ତ ସାହୁ ଙ୍କ ମୁଣ୍ଡକୁ ଏକ କେଶ ରେ ସୁଶାନ୍ତ ସାହୁ ମୁଣ୍ଡକୁ ପିଟି ଦେଇଥିଲେ | ଯାହାକି ଘଟଣା ସ୍ଥଳରେ ସୁଶାନ୍ତ ସାହୁଙ୍କ ମୃତ୍ୟ ହୋଇଥିଲା | ପରେ ଦୀପକ ପ୍ରଧାନ ଏବଂ ତାଙ୍କ ଅନ୍ୟ ତିନି ଜଣ ସାଙ୍ଗ ଙ୍କ ସହିତ ସୁଶାନ୍ତ ଙ୍କ ମୃତ ଶରୀର ରେ ଏକ ପଥର ବାନ୍ଧି ହାତ ଗୋଡ଼ କୁ ଲୁହା ତାର ରେ ବାନ୍ଧି ଦୀପକ ଙ୍କ କଳା ରଙ୍ଗର ସ୍କରପିଓ ଗାଡି OD02BS2186 ରେ ନେଇ କଣିହାଁ ବ୍ଲକ ଗହମ ଗ୍ରାମ ସମକୋଇ ପୋଲ ଉପରୁ ତଳକୁ ଫିକି ଦେଇ ଥିବା ଆସାମୀ ଦୀପକ ପ୍ରଧାନ ସ୍ୱୀକାର କରିଥିବା ପୋଲିଜ଼ ସୂତ୍ରରୁ ଜଣାପଡ଼ିଛି | ଅନ୍ୟ ଲକ୍ଷରେ ସୁଶାନ୍ତ ସାହୁଙ୍କ ପରିବାର ଲୋକ କହିବା ଅନୁଯାୟୀ ସୁଶାନ୍ତ ସାହୁ ନିଖୋଜ ହଵା ଘଟଣା ଖମାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଖମାର ପୋଲିସ କୋଣସି ସହଯୋଗ କରିବା ପରିବର୍ତ୍ତେ ସୁଶାନ୍ତ ଙ୍କ ମୋବାଇଲ ସିଆରୀମାଳିଆ ରେ ସୁଇଜ ଅପଛି କହି ନିଜେ ଯାଇ ଖୋଜିବା ପାଇଁ ପରିବାର ଲୋକଙ୍କୁ କହିଥିଲେ | ଯଦି ଅଭିଯୋଗ ମତା ବକ ସଙ୍ଗେ ସଙ୍ଗେ ଖମାର ପୋଲିସ ତତ୍ପରତା ର ସହିତ ତଦନ୍ତ କରିଥାନ୍ତେ ମୋ ପୁଅ ସୁଶାନ୍ତ ବଂଚି ଯାଇଥାନ୍ତା ବୋଲି ମା ଗୋଲାପ ସାହୁ କୋହଭରା କଣ୍ଠରେ କହିଥିଲେ |ଉକ୍ତ ଘଟଣାର ଫେରାର ଥିବା ଅନ୍ୟ ତିନି ଜଣ ଆସମୀଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି ଖମାର ଥାନା ଅଧିକାରୀ ସୁଶାନ୍ତ କୁମାର ପଢ଼ିଆରୀ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *