ହାତ ଛାଡ଼ିଦେଲା ପୁଅ || FocusPlus

ଫୋକସ ପ୍ଲସ 24/12/2022(ହାଟଡିହି ): କଥାରେ ଅଛି ଲକ୍ଷେ ଶିବ ପୂଜି ପାଇଥୁଲି ପୁଅ ସେଇ ପୁଅ ଆଜି କଲା ପର। କିନ୍ତୁ ସେହି ପୁଅ ଯେ ଦିନେ ବଇରି ହେବ ସେକଥା ମୁଁ କେବେ କଳ୍ପନା କରିନଥୁଲି ।ଏପରି କାନ୍ଦି କାନ୍ଦି କହିଛନ୍ତି ଜଣେ ଅସହାୟ ମା’। ପର କରିଦେଲା ଜନ୍ମକଲା ପୁଅ ଘରୁ ବାହାର ମଧ୍ୟ କରିଦେଲା ନିଜର ଜମିବାଡି ଘରଦ୍ୱାର ଥାଇବି ଏବେ ୮ବର୍ଷ ହେଲା ଆସି ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧା ।ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଳକ ମରୈଗାଁ ପଞ୍ଚାୟତର ବେତିରା ଗ୍ରାମରେ। ଗ୍ରାମର ସନ୍ଧ୍ୟାରାଣୀ ପଣ୍ଡାଙ୍କ କହିବାନୁଯାୟୀ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର।ସ୍ଵାମୀ ମାୟାଧର ପଣ୍ଡା ତିରିଶ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି । ଦୁଇପୁଅଙ୍କୁ ବାହାଘର କରିସାରିଦେବା ପରେ ବଡପୁଅ ଅଲଗା ହୋଇଯାଇଥିଲା ।ସାନପୁଅ ଭିନ୍ନକ୍ଷମ ହୋଇଥିବାବେଳେ ତାର ମଧ୍ୟ ବିଭାଗର ସାରିଥିଲି ।କିନ୍ତୁ ଘରର ପରିସ୍ଥିତି ଏପରି ହେଲା ଯେ ସାନପୁଅ ବାଧ୍ୟହୋଇ ନିଜ ଶ୍ୱଶୁର ଘରକୁ ପଳାଇଲା ।ଏପରି ଅବସ୍ଥାରେ ବଡପୁଅ ମୋତେ ଘରୁ ବାହାର କରିଦେବାରୁ ମୁଁ ଆସି ଜଣେ ପଡ଼ିଶାଙ୍କ ଘରେ ଆଶ୍ରୟ ନେଇଛି । ମାସକୁ ଯେଉଁ ଚାଉଳ ୫କିଲୋ ପାଉଛି ଓ ଭତା ପାଞ୍ଚଶହ ଟଙ୍କା ପାଉଛି ସେତିକି ହିଁ ମୋର ସାହା ଭରସା । ଅଧେ ଦିନ ଖାଇଲେ ଅଧେ ଦିନ ଉପାସରେ କଟୁଛି । ଔଷଧ ଟିକେ କିଣିବାକୁ ମଧ୍ୟ ମୋ ପାଖରେ ସମ୍ବଳ ନାହିଁ ।୨୮ବର୍ଷ ହେଲା ପର ଘରେ ସନ୍ଧ୍ୟାରାଣୀ ମୁଁ ଏବେ ୭୦ବର୍ଷ ବୟସରେ ପହଞ୍ଚିଲିଣି । ଠିକ୍ ଭାବେ ଚାଲି ପାରୁନି । ସେଇଥିରେ ବହୁ କଷ୍ଟରେ ଭାତ ଗଣ୍ଡେ ରାନ୍ଧିକି ଖାଉଛି । କଣବା କରିବି ଝିଅକୁ ବିଭା ଦେଇଥୁଲି ଯେ ତାର ସ୍ଵାମୀ ମରିଯିବା ପରେ ତାର ଇଚ୍ଛା ଥିଲେ ମଧ୍ୟ ସେ ମୋତେ ସହାୟ ହୋଇପାରୁନି । ସାନପୁଅକୁ ତାର ଶ୍ଵଶୁର ଘର ଲୋକେ ବାହାର କରିଦେବା ପରେ ସେ ଏବେ ଅସହାୟ ହୋଇ ବାର ଦୁଆର ବୁଲୁଛି । ତେଣୁ ମୋ ଦୁଃଖ ଶୁଣିବ କିଏ ? ଯେଉଁ ପୁଅକୁ ଜନ୍ମ କରିଥିଲେ ସେ ତ ଭଗାରୀ ହେଲା । ଯଦି ମୋ କଥା ସରକାର ଶୁଣନ୍ତେ ତେବେ ମୁଁ ମୋର ଅବଶିଷ୍ଟ ଜୀବନ ଖୁସିରେ ରହି ପାରନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ସନ୍ଧ୍ୟାରାଣୀ ।

Leave a Reply

Your email address will not be published. Required fields are marked *