ହିଟଲର ପ୍ରଶାସନର ଶାସନ

ଫୋକସ ପ୍ଲସ(ବାଲିକୁଦା)୦୮/୦୯/୨୦୨୨:ହିଟଲର ପ୍ରଶାସନର ହିଟଲରୀ ଶାସନ। ଏଭଳି ଅମାନୁଷିକ ଘଟଣା ଘଟିଚି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ‍୍ଲକର ନ‍ହରଣାରେ । ପ୍ରଶାସନିକ ସ୍ତରରେ ଅବହେଳା ଓ ଭୁଲ୍ ନୀତି ଯୋଗୁ ବାସହରା ହ‍େଇଯାଇଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜଣେ ଗରିବ ଦିନମଜୁରିଆ ପରିବାର। ବିଜୟ କୁମାର ବାରିକଙ୍କ ପରିବାର ଭୂମିହୀନ ହୋଇଥିବାରୁ ଏକ ସରକାରୀ ଜାଗାରେ ୩୦ ବ‍ର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରହିଆସୁଥିଲେ। ବସୁନ୍ଧରା ଯୋଜନା ଆଧାରରେ ମଧ୍ୟ ତାଙ୍କୁ ବାଲିକୁଦା ତହସିଲଦାର ଜମି ପଟ୍ଟା ଯୋଗାଇଦେଇଥିଲେ। ଏବଂ ତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଆଧାରରେ ଘର ମଧ୍ୟ ଯୋଗାଇଦିଆଯାଇଥିଲା। କିନ୍ତୁ ବିଡମ୍ବନା ଓ ପରିତାପର ବିଷୟ ସରପଞ୍ଚ ତାଙ୍କୁ ଲକ୍ଷେ ଟଙ୍କାର ପିସି ମାଗିଥିଲେ। ଗରିବୀର କଷାଘାତରେ ସଢୁଥିବା ଏ ଦିନମଜୁରିଆ ପରିବାର ଲକ୍ଷେଟଙ୍କା କୋଉଠୁ ଆଣିଦେଇଥାନ୍ତେ। ପ୍ରଶାସନ ଦ୍ବାରା ଚକ୍ରାନ୍ତ କରି ବିଜୟ ଘରକରିଥିବା ଜାଗା ପରିବର୍ତ୍ତେ ପୋଖରୀ ଖୋଳାଯାଇଥିବା ସ୍ଥାନରେ ଜମିପଟ୍ଟା ଦିଆଯାଇଥିବା ଦର୍ଶାଇ କୋର୍ଟରେ କେସ୍ କରାଯାଇ ବିଜୟଙ୍କ ଘର ଭାଙ୍ଗିବାକୁ ଅର୍ଡର ନିଆଗଲା। ଏବଂ ଏ ହିଟଲର ପ୍ରଶାସନ ଶେଷରେ ବିଜୟଙ୍କ ଘର ଭାଙ୍ଗି ତାଙ୍କ ସପରିବାର ଯେଉଁଠି ଛୋଟ ଛୋଟ ଶିଶୁମାନେ ଅଛନ୍ତି ବେଘର କରିଦିଆଗଲା। ବର୍ଷା ଦିନେ ଦୟନୀୟ ସ୍ଥିତିରେ ଛାଡିଦିଆଗଲା।ପ୍ରଶ୍ନ ଉଠୁଚି ତହସିଲଦାର ବସୁନ୍ଧରା ଯୋଜନାରେ ଜମିପଟ୍ଟା ପ୍ରଦାନ କରିବା ପୂର୍ବରୁ RI ଦ୍ବାରା ତଦନ୍ତ କରାଯାଇଥିଲା କି ନାହିଁ ? ଯଦି କରାଯାଇଥିଲା ତେବେ ବିଜୟଙ୍କ ପରିବାର ବର୍ଷ ବର୍ଷ ଧରି ରହିଆସୁଥିବା ଜାଗା ପରିବର୍ତ୍ତେ ଗୋଟେ ପୋଖରୀ ରହିଥିଵା ଜାଗା ପ୍ରଦାନ କରାଯାଇଛି ବୋଲି କୋର୍ଟଙ୍କୁ ତହସିଲ୍ ପ୍ରଶାସନ ତ‍ରଫରୁ ରିପୋର୍ଟ କାହିଁକି ଦିଆଗଲା ?ଏବଂ ଯଦି ବିଜୟ ରହୁଥିବା ଜାଗାରେ ଜମିପଟ୍ଟା ପ୍ରଦାନ କରାଯାଇନଥିଲା ତେବେ ବ୍ଲକ ପ୍ରଶାସନ ପ୍ରଧାନମ‍ନ୍ତ୍ରୀ ଆୱାସ ଯୋଜ‍ନାରେ ଘର କରିବାକୁ ଅନୁମତି କିପରି ଦେଇଥିଲେ ଏବଂ JE କ‍ିପରି ଭାବରେ ବିଲ୍ ପାସ୍ କରାଇଥିଲେ ?
ଲକ୍ଷେ ଟଙ୍କା ପିସି ନଦେଇପାରିବାରୁ ସରପଞ୍ଚ ଓ ପ୍ରଶାସନ ମିଶି ଚକ୍ରାନ୍ତ କରି କୋର୍ଟଙ୍କୁ ଭୁଲ୍ ତଥ୍ୟ ଦେଇ ଗୋଟେ ଗରିବ ଦିନମଜୁରିଆ ପରିବାରକୁ ବେଘର କରିଦିଆଗଲା ନାହିଁ ତ ?ଅନ୍ୟପକ୍ଷରେ ଉକ୍ତ ଜାଗାରେ ମଧ୍ୟ ଅନ୍ୟଲୋକମାନଙ୍କର ଦୋକାନ ଏବଂ ଅନ୍ୟାନ୍ୟ ଘର ରହିଛି କିନ୍ତୁ ଏ ଗରିବ ପରିବାର ପ୍ରତି ଏପରି ଅନ୍ୟାୟ କାହିଁକି ?
ପ୍ରଶାସନିକ ଅବହେଳା ଓ ଭୁଲ୍ ନିଷ୍ପତ୍ତି ଯୋଗୁ ଗୋଟେ ପରିବାର ବେଘର ହୋଇଗଲେ। ଦେଶର ନଂ୧ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଏପରି ଅନ୍ୟାୟ ଅତ୍ୟାଚାର ଓ ପିସି ପାଇଁ ବେଘର କରିଦିଆଯିବା କେତେଦୂର ଗ‍୍ରହଣୀୟ ବଡ ପ୍ରଶ୍ନବାଚୀ ?

Leave a Reply

Your email address will not be published. Required fields are marked *