ଫୋକସ ପ୍ଲସ(ନୂଆଦିଲ୍ଲୀ): ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ୧୦ ଦିନରେ ଥରେ ଗୁଜୁରାଟ ଗସ୍ତରେ ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ମଧ୍ୟରେ କେନ୍ଦ୍ରୀୟ ଆଇନ ମନ୍ତ୍ରୀ କିରେନ ରିଜିଜୁ ଆମ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ କେନ୍ଦ୍ରୀୟ ଆଇନ ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଗ୍ୟାଙ୍ଗ ହିନ୍ଦୁ ଏବଂ ହିନ୍ଦୁତ୍ୱଙ୍କୁ କାହିଁକି ଘୃଣା କରନ୍ତି ବୋଲି କହିଛନ୍ତି । ସେପଟେ ଦିଲ୍ଲୀର ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଭିଡିଓ ଜାରି କରିବା ପରେ କେନ୍ଦ୍ରୀୟ ଆଇନମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ଦିଲ୍ଲୀର ସାମାଜିକ କଲ୍ୟାଣ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ହଜାର ହଜାର ବୈଦ୍ଧ ଧର୍ମରେ ସାମିଲ କରାଯାଇଥିଲା । ଏପରିକି ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଦେବା ଦେବୀଙ୍କୁ ନିନ୍ଦା କରାଯାଉଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ କେନ୍ଦ୍ରୀୟ ଆଇନମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଝି ପାରୁଛି ।
ପ୍ରତ୍ୟେକ ଭାରତୀୟଙ୍କୁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ କରିବା ଉଚିତ । ସେପଟେ ଆମ ଆଦମି ପାର୍ଟି ନେତାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଗୌତମଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ଆପ ନେତା ଗୌତମ ଏକ ବିବୃତି ଜାରି କରି କହିଛନ୍ତି ଯେ ସେ ଜଣେ ଧାର୍ମିକ ବ୍ୟକ୍ତି, ନିଜ କାର୍ଯ୍ୟ ତଥା ବୟାନ ଦ୍ୱାରା ସ୍ୱପ୍ନରେ ମଧ୍ୟ କୌଣସି ଦେବାଦେବୀଙ୍କୁ ସମାଲୋଚନା କିମ୍ବା ନିନ୍ଦା କରିପାରିବେ ନାହିଁ ବୋଲି କହିଛନ୍ତି । ହେଲେ ଏନେଇ ଦିଲ୍ଳୀ ସରକାର କିମ୍ବା ଆମ ଆଦମୀ ପାର୍ଟି କୌଣସି ପ୍ରତିକ୍ରିୟାଦେଇନଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।