ଫୋକସ ପ୍ଲସ (କୋଡିଙ୍ଗା) ୦୩/୦୭/୨୦୨୨: ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ୍ଗା ବନ୍ଦ ଡାକରା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ସଂଗଠନ “ହିନ୍ଦୁ ମହାସଂଘ” ଦେଇଥିଲା। ଏହି ବନ୍ଦ କୁ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଧର୍ମ ଯୋଦ୍ଧା ସଂଗଠନ, ରାଷ୍ଟ୍ରବାଦୀ କୃଷକ ମହାସଂଘ ଓ କୋଡିଙ୍ଗା ବଣିକ ସଂଘ ସମର୍ଥନ କରିଥିଲା। ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ସୁନିଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଧର୍ମ ଯୋଦ୍ଧା ସଂଗଠନ ର ସତ୍ୟବ୍ରତ ସାମଲ, ପରଜା ସମାଜ ସଭାପତି ବୁଦୁ ଜାନୀ, ଜନଜାତି ମହାସଂଘ ରାଜ୍ୟ ପ୍ରମୁଖ ଦିବାକର ଜାନୀ, ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଗଣେଶ ରାୟ, ଝରିଗାଁ ପ୍ରମୁଖ ଥବିର ପନକା, ବ୍ଲକ ସାଧାରଣ ସଂପାଦକ ହିମାଂଶୁ ନାୟକ,ଯୁବ ହିନ୍ଦୁ ମହାସଂଘ କୋଷାଗୁମୁଡା ସଭାପତି ମହେଶ ନାୟକ, ପିଣ୍ଟୁ ସିଂ, ଜଗନ୍ନାଥ ନାୟକ, ଗୋପବନ୍ଧୁ ବିଷୟୀ , ଯଶ ନାୟକ, ଚୈତନ୍ୟ ବିଷୟୀ, ଏବଂ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇ ଥିଲେ । ବନ୍ଦ କୁ ସମର୍ଥନ କରିଥିବା ଯୋଗୁଁ ହିନ୍ଦୁ ମହାସଂଘ ପକ୍ଷରୁ କୋଡିଙ୍ଗା ର ଜନସାଧାରଣ ଓ ସମସ୍ତ ହିନ୍ଦୁ ସଂଗଠନ କୁ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଧନ୍ୟବାଦ ଜଣାଇଛନ୍ତି।