ହିନ୍ଦୋଳରେ ବନବିଭାଗର ଦବଙ୍ଗ ଗିରି

ଫୋକସ ପ୍ଲସ ୧୧/୬/୨୨(ହିନ୍ଦୋଳ): ହିନ୍ଦୋଳ ବନ ବିଭାଗ ଅନ୍ତର୍ଗତ ଜଙ୍ଗଲରେ ବାରମ୍ବାର ମୂଲ୍ୟବାନ କାଠ ଚୋରାଚାଲାଣ ହେଉଥିବାର ନଜରକୁ ଆସୁଛି I ଜଙ୍ଗଲରୁ ବହୁ ମାତ୍ରାରେ ଶାଳ ଏବଂ ଶାଗୁଆନ ଚୋରାଚାଲାଣ ହେଉଥିବାର ନଜରକୁ ଆସୁଛି I ଏହି ସବୁ ଜାଣିବା ପରେ ବନ ବିଭାଗ କାହିଁକି ନିଦାବିଷ୍ଣୁ ସାଜି ଗଜଦନ୍ତ ପଲଙ୍କରେ ଶୋଇଲା ପରି କିଛି ନ ଜାଣିଲା ପରି ସୋଇ ରହୁଛି ତାହା ବୁଝା ପଡୁନି I କିଛି ଦିନ ପୂର୍ବରୁ ପ୍ରାୟ 30000 ହଜାର ଟଙ୍କାର ଶାଳ କାଠ ବନ ବିଭାଗ ଦ୍ୱାରା ରାସୋଳ ମୁଣ୍ଡିଆ ପଶି ଗ୍ରାମରୁ ଜବତ କରାଯାଇଥିଲେ ମଧ୍ୟ କୌଣସି କେସ ରୁଜୁ ହୋଇ ପାରିନଥିଲା I ସେହିପରି ଖାଲିବୋରେଇ ଗ୍ରାମ୍ୟ ଜଙ୍ଗଲରୁ ପ୍ରାୟ 40 ଏକର ଜଙ୍ଗଲରୁ ଶାଳ କାଠ କଟା ଯାଇଥିଲେ ମଧ୍ୟ ଛୋଟ ଶାଳ ଗଛ କହି କେସ ବନ୍ଦ କରିବାକୁ ଯୋଜନା କରୁଥିବାର ସୂଚନା ମିଳୁଛି I ଆଜକୁ 6 ମାସ ବିତି ଯାଇଥିଲେ ମଧ୍ୟ ସେହି ଜଙ୍ଗଲରେ ଗଛ କାଟିବା ପାଇଁ ବ୍ୟବହାର କରାଯାଇଥିବା 4 ଗୋଟି JCB ର ପତ୍ତା ମିଳୁନି, ଶୁଣିବାକୁ ମିଳୁଛି କୁଆଡେ ମୋଟା ଅଙ୍କର ଟଙ୍କା କାରବାର ହୋଇ JCB ଉଭାନ କରାଯାଇଛି I ଏଠି ଆମେ ଏ ସବୁ କହିବାର କାରଣ ଏତେ ସବୁ ଦୁର୍ନୀତି ଏବଂ ଚୋରା ଚାଲାଣ ହେଉଥିଲେ ମଧ୍ୟ ବନ ପାଳଙ୍କ ନଜରକୁ ଆସୁନାହିଁ କେମିତି ନା ଜାଣିଶୁଣି ଚୁପ ବସୁଛନ୍ତି I କିନ୍ତୁ ମାଧପୁର ଗ୍ରାମ ପଂଚାୟତର କୂକୂପାଙ୍ଗି ଗ୍ରାମରେ ଆଜକୁ 40 ବର୍ଷ ହେବ ଜଗିଥିବା ରଖିତ ଜଙ୍ଗଲ ରୁ କିଛି ଛାଁକୁଣ୍ଡା କାଠ ବିକ୍ରି କରି ନିଜ ଗ୍ରାମର କୋଠ ଘର ମରାମତି କରିବା ପାଇଁ ବନବିଭାଗକୁ ଗ୍ରାମ ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଜଣାଯାଇଥିଲା I ଲୋକଙ୍କ କହିବା ଅନୁଯାୟୀ ଗଛ କାଟିବା ସମୟରେ ବନବିଭାଗ ଅଧିକାରୀ ଆସି କାଠ ଏବଂ ଗାଡି ଜବତ କରିଥିଲେ I

ତେବେ ଏଠି ପ୍ରଶ୍ନ ଉଠେ ଯେ ଗ୍ରାମ ଜଙ୍ଗଲ ସୁରକ୍ଷା କମିଟିରେ ଯେଉଁ ବନ ବିଭାଗର ଅଧିକାରୀ ଅଛନ୍ତି ସେ କଣ ଲୋକ ମାନଙ୍କୁ ନିୟମ ବିଷୟରେ ଠିକରେ ବୁଝାଇ ନଥିଲେ କି, ନା ଯେତେବେଳେ ବନ ବିଭାଗକୁ ଚିଠି ଦିଆଗଲା ସେତେବେଳେ ସେ ଜାଣିନଥିଲେ I ନା ଜାଣିଶୁଣି ଏଭଳି କାମ କରାଯାଇଛି I ଆଗକୁ ଦେଖିବାକୁ ବାକି ରହିଲା କଣ ପଦକ୍ଷେପ ନିଆଯାଉଛି |

Leave a Reply

Your email address will not be published. Required fields are marked *