ହିନ୍ଦୋଳ ବିଧାୟିକା ସୀମାରାଣୀ ଙ୍କ ଲୋକପ୍ରିୟତା ଦେଖି ବିରୋଧୀ ଛାନିଆ, ଏଥର ହ୍ୟାଟ୍ରିକ ଆଶାରେ ସୀମାରାଣୀ |

ହିନ୍ଦୋଳ,ଢେଙ୍କାନାଳ14/01/2024: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତିବାର୍ଗ ପାଇଁ ସରକ୍ଷିତ ରହିଥିବା ବେଳେ , ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ହିନ୍ଦୋଳ ବ୍ଲକ ଓ ଓଡାପଡା ବ୍ଲକ, ହିନ୍ଦୋଳ ଏନଏସି କୁ ନେଇ ଗଠିତ 2000 ମସିହା ଠାରୁ ହିନ୍ଦୋଳ ବିଧାନ ସଭା କ୍ଷେତ୍ର ଶାସକ ବିଯୁଜନତା ଦଳ ଦଖଲରେ ଥିବା ଦେଖିବାକୁ ମିଳିଛି, ବର୍ତମାନ ର ବିଧାୟିକା ସୀମାରାଣୀ ନାୟକ ଲଗାତାର ୨ ଥର ବିଜୟୀ ହୋଇଥିବା ବେଳେ ଏଥର ବିଜେଡି ଦଳର ଟିକେଟ ପାଇ ହ୍ୟାଟ୍ରିକ ଆଶାରେ ରହିଥିବା ଦେଖିବାକୁ ମିଳିଛି, ହେଲେ ନିର୍ବାଚନ ମଣ୍ଡଳୀ ରେ ତାଙ୍କର ବିଭିର୍ଣ୍ଣ ଜନହିତକର କାର୍ଯ୍ୟ ଦେଖି କିଛି ବିରୋଧୀ ଛାନିଆ ହୋଇଯାଇଥିବା ଜଣାପଡିଛି ଚଳିତ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚନ ମଣ୍ଡଳୀ ର ୭ ଟି ଜିଲ୍ଲାପରିଷଦ ଜୋନ ରୁ ସୀମାରାଣୀ ଙ୍କ ନେତୃତ୍ୱ ରେ ୭ ଟି ଜୋନ ର ଜିଲ୍ଲାପରିଷଦ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ନିକଟରେ ଅନୁଷ୍ଠିତ ହୋଇଥିବା ହିନ୍ଦୋଳ ଏନଏସି ନିର୍ବାଚନ ରେ ଷୋହଳ ଟି କାଉସିଲର ମଧ୍ୟରୁ ଏଗାର ଟି ପରିଷଦ ସୀମାରାଣୀ ଙ୍କ ନେତୃତ୍ୱ ରେ ବିଜୟୀ ହୋଇ ଥିବା ବେଳେ ଅଧକ୍ଷ ପଦ ମଧ୍ୟ ବିଜେଡି ହାତକୁ ଯାଇଛି ହିନ୍ଦୋଳ ଏନଏସି ନିର୍ବାଚନ ରେ ବିଜେଡି ର ସଫଳତା ସୀମାରାଣୀ ଙ୍କ ସପକ୍ଷରେ ଯାଇଛି, ଗତ ୨ଟି ବିଧାନ ସଭା ବିଧାନସଭା ନିର୍ବାଚନ ରେ ସୀମାରାଣୀ ଦୀର୍ଘ ବ୍ୟବଧାନରେ ବିଜୟୀ ହୋଇ ନିଜର ରେକର୍ଡ ସୃଷ୍ଟି କରିଥିବା ବେଳେ ସେ ଅଞ୍ଚଳ ର ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ତା ଙ୍କାର ଦଶ ବର୍ଷ ବିଧାୟିକା ସମୟରେ ହିନ୍ଦୋଳ ଉପଖଣ୍ଡ ର ବିଭିର୍ଣ୍ଣ ଗ୍ରାମରେ ସ୍ଥାୟୀ ରାସ୍ତା ଉପଖଣ୍ଡ ରେ ଏକ ଆଦର୍ଶ ବିଦ୍ୟାଳୟ, ଇଣ୍ଡୋର ଷ୍ଟାଡିୟମ, ହିନ୍ଦୋଳ ରାସ୍ତାକୁ ସାମ୍ପ୍ରସା ରଣ କରିବା, ସ୍ୱାସ୍ଥ୍ୟ ର ବିକାଶ ପାଇଁ ଅହରହ ଉଦ୍ୟମ କରିବା ସହିତ ସାପୁଆ ଡ୍ୟାମ କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସମସ୍ତ ଗ୍ରାମର ଜନସାଧାରଣ ଯେପରି ପାଇପ ମାଧ୍ୟମ ପାନୀୟ ଜଳ ପାଇପାରିବେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନା କରିବା ସହିତ ଉପଖଣ୍ଡ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ବିଭିନ୍ନ କାର୍ଯ୍ୟ କରୁଥିବା ରୁ ଚଳିତ ନିର୍ବାଚନ ରେ ସେ ବିଜେଡି ଦଳୀୟ ଟିକେଟ ପାଇଁ ବିଜୟୀ ହୋଇ ମନ୍ତ୍ରୀ ପଦ ହାସଲ କରିବେ ବୋଲି ହିନ୍ଦୋଳ ଉପଖଣ୍ଡ ରେ ଚର୍ଚ୍ଚା ଜୋର ଧରିଛି |

Leave a Reply

Your email address will not be published. Required fields are marked *