ହୁତୁହୁତୁ ହୋଇ ଜଳିଗଲା କାର୍

ପିପିଲି :ହଠାତ୍ ସାମ୍ନାକୁ ଷଣ୍ଢ ଚାଲି ଆସିବାରୁ ଏକ କାର ରାସ୍ତାକଡ଼କୁ ଖସି ଏକ ଯୋରରେ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ କାର୍‌ରେ ଥିବା ଏକ ୩ ମାସର ଶିଶୁ ସମେତ ମୋଟ ୫ ଯାତ୍ରୀଙ୍କର କିଛି ହୋଇନାହିଁ।କାର୍‌ଟିରେ ନିଆଁ ଲାଗିବା ପୂର୍ବରୁ ସେଥିରେ ଥିବା ଯାତ୍ରୀମାନେ ବାହାରକୁ ଚାଲି ଆସିଥିଲେ। ସେମାନଙ୍କ ସହିତ ଏକ ୩ ମାସର ଶିଶୁ ପୁତ୍ର ମଧ୍ୟ ଥିଲା। ପିପିଲି ଅଗ୍ନିଶମ ବାହିନୀ ଆସି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା।

Leave a Reply

Your email address will not be published. Required fields are marked *