ହେ ଈଶ୍ୱର ଏମିତି ଦୁଃଖ ମତେ କାହିଁକି ଦେଲ

ଫୋକସ ପ୍ଲସ(ବଡ଼ଚଣା)୨/୦୯/୨୦୨୨: ଏମିତି ଏକ ଦୃଶ୍ୟ ଦେଖିବାକୁ ମଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କାଇମାଟିଆ ଗ୍ରାମର ରମେଶ ଦେହୁରୀଙ୍କ ଭାଗ୍ୟରେ ଆମ ଫୋକସ ପ୍ଲସ ପ୍ରତିନିଧି ନିୟୁଜ ସଂଗ୍ରହ କରିବାକୁ ଯାଉଥିବା ସମୟରେ ନଜର ପଡିଥିଲା ଏହି କୁନି ପିଲାଟି ଉପରେ ଯାହା ଆମେ ଦେଖିଲୁ ତାହା ବାସ୍ତବରେ ଭାଷାରେ କହି ହବନି କୁନି ପିଲାଟି ଘୁଷୁଡ଼ି ଘୁଷୁଡ଼ି କିନା ଚାଲୁ ଥିଲା ଗ୍ରାମର କଂକ୍ରିଟ ରାସ୍ତାରେ, ପାଖକୁ ଯାଇ ଯାହା ଦେଖିଲୁ ଆମ ଆଖିରୁ ଲୁହ ବାହାରି ଆସିଲା,ସେଠୁ ପଚାରି ବୁଝିଲୁ ସେହି ଗ୍ରାମର ରମେଶ ଦେହୁରୀଙ୍କ ସାନ ପୁଅ ଯାହା ତାଙ୍କ ପୁଅଟିର ବାମ ଗୋଡ଼ଟି ଜନ୍ମରୁ ନାହିଁ ତା ସାଙ୍ଗକୁ ବାମ ହାତର ପାଞ୍ଚ ଆଙ୍ଗୁଠିରୁ ଗୋଟିଏ ଆଙ୍ଗୁଠି ନାହିଁ ଚାରି ଆଙ୍ଗୁଠି ଅଛି,ତା ସାଙ୍ଗକୁ ପିଲାଟିର ହାଇଡ୍ରୋଶ ପ୍ରୋବ୍ଲେମ ଥିବାରୁ ପରିସ୍ରା କଲା ବେଳେ ଫୁଲି ଯିବାରୁ ବହୁତ ଯନ୍ତ୍ରଣା ଅନୁଭବ କରୁଛି ଓ ମା ମା କହି କାନ୍ଦିବି ପକାଉଛି ନିରୀହ ନିଷ୍ପାପ ଛୁଆଟି,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଇମାଟିଆ ଦେହୁରୀ ସାହିରେ |ପୁଅଟି ପାଇଁ ବାପା ମା କେତେ କଣ ଆଶା କରିଥିଲେ ଓ କେତେ ଗୁହାରି କରିଥିଲେ ଭଗବାନଙ୍କ ପାଖରେ ହେଲେ ଭଗବାନ କଣ କଲେ ନିରୀହ ଦୁଖୀ ମଣିଷ ଟି ଦିନେ କାମକୁ ଗଲେ ଦୁଇଦିନ ଘରେ ବସିବାକୁ ପଡୁଛି ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବ କେମିତି ତେଲ ଲୁଣ ସଂସାରରେ ବୋଝ ଉପରେ ପୁଣି ନଳିତା ବିଡା ସଦୃଶ୍ୟ ଏହି ଦୁଃଖରେ ଭାଙ୍ଗି ପଡିଛନ୍ତି ରମେଶ ଦେହୁରୀ ଏଭଳି ଦୁଃଖ ଦେଲ ଯେ, ନାଁ ସହି ହେଉଛି ନାଁ କହି ହଉଛି, ଖାଲି ଆଖିରୁ ଝରି ପଡୁଛି ଲୁହର ଧାର କହିବେ ବା କାହାକୁ ଏଠି ଶୁଣିବ କିଏ , ହେ ଈଶ୍ୱର କି ଅପରାଧ କରିଥିଲି ମୁ ତୁମର ଏଭଳି ଦୁଃଖ ଭରିଦେଲ ମୋ ଜୀବନରେ, ପୁଅଟି ପାଇଁ କେତେ କେତେ ରାତି ଉଜାଗର ରହି ଗୁହାରି କରିଛୁ ତୁମ ପାଖରେ ଏହି କଣ ତାହାର ଫଳ,ନିରୀହ ଶିଶୁଟି କେମିତି ବଞ୍ଚିବ ସେ,ଗୋଡ଼ ଗୋଟିଏ ନାହିଁ ତାହାର ଘୁଷୁଡି ଘୁଷୁଡି ଗାଁ କଂକ୍ରିଟ ରାସ୍ତା ରେ ଚାଲୁ ଥିବା ବେଳେ ଗୋଡି ଫୁଟିଗଲେ କେତେ କଷ୍ଟ ହେଉଥିବ ତାଙ୍କୁ ଗୋଡ଼ ଖଣ୍ଡିଆ ହୋଇ ଗଲେ ମା ମା କହି ଡାକି ପକାଉଛି ସେତେବେଳେ ମୁ ବାପା ହୋଇ ଖାଲି ଦେଖିବା ଛଡା ଆଉ କିଛିବି କରିପାରୁନି, ଏହି ନିରୀହ ଛୋଟ ଛୁଆଟି କେମିତି ବଞ୍ଚିବ ଦୁନିଆରେ ମୋର ସେତିକି ସମ୍ବଳ ନାହିଁକି ବଡ଼ ବଡ଼ ମେଡିକାଲକୁ ନେବାପାଇଁ ତେଣୁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ ଏହି ନିରୀହ ନିଷ୍ପାପ ଛୋଟ ପିଲାଟିପାଇଁ ସାହାଯ୍ୟର ହାତ ବଢ଼ାନ୍ତୁ ଆପଣଙ୍କ କିଛି ସାହାଯ୍ୟରେ ପିଲାଟି ଚାଲି ବୁଲି ପାରିବ |

ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *