ହେ ଈଶ୍ୱର ଏହି ପରି ଦୁଃଖ ଆଉ କାହାକୁ ନ ଦିଅନ୍ତୁ!

ଫୋକସ ପ୍ଲସ 20/5/22 (ବଡ଼ଚଣା) :ଛତିଆ ପଞ୍ଚାୟତ ଅଧିନସ୍ଥ ଅମରାବତୀ ପାଟଣା ଗ୍ରାମ ଚଟି ଘର ନିକଟସ୍ଥ ଟାଙ୍ଗର ଉପରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମାୟାଧର ମହାନ୍ତି ତାଙ୍କର ଏକ ଛୋଟ ନାତି ଜନ୍ମ ହେଲା ପରେ ମା ଚାଲି ଗଲା ଆର ପାରିକୁ ମା ଡାକ ଶୁଣିବା ଆଗରୁ ଭଗବାନ ମା କୁ ଛଡେଇନେଲେ ନିଶପାପ ଶିଶୁକୁ କରିଦେଲେ ମା ଛେଉଣ୍ଡ ଭଗବାନଙ୍କର ଏକି ବିଚାର ମାୟାଧର ମଉସା ଓ ମାଉସୀ ଦୁହେଁ ପର ଘରେ କାମ କରନ୍ତି ଓ ଦୋକାନ ବଜାର ରୁ ଟଙ୍କାଏ ଦୁଇଟାଙ୍କ ମାଗିକରି ,ନେଇଁ ପରିବାର ଭରଣ ପୋଷଣ କରିଥାନ୍ତି ।ବୁଢ଼ୀ ମାଉସୀଟି ଅନେକ ରୋଗରେ ରୋଗାକ୍ରାନ୍ତ ତଥାପି ନିଜର ପେଟ ପାଟଣା ପାଇଁ ଅନ୍ୟ ଘରେ କାର୍ଯ୍ୟ କରନ୍ତି।। ଝିଅକୁ ବିବାହ କରିଥିଲେ ଢେଙ୍କାନାଳ ଭୁବନ ଗ୍ରାମରେ ରେ କୌଣସି ଅଜଣା ରୋଗ କାରଣ ରୁ ଝିଅର ମେଡିକାଲ୍ ରେ ମୃତ୍ୟୁ ହେଲା !ଆମ୍ବୁଲାନ୍ସ କୁ ପାଞ୍ଚ ହଜାର ଟଙ୍କା ଦେଇ ନ ପାରିବାରୁ ଉକ୍ତ ପରିବାର ଟିର ମୃତ୍ ଶବକୁ ବିଳମ୍ବିତ ରାତିରେ ଜାତୀୟ ରାଜପଥ କଡ଼ରେ ଆମ୍ବୁଲାନ୍ସ କର୍ମଚାରୀ ଫୋପାଡ଼ି ଦେଇ,ଚାଲିଗଲା,କିନ୍ତୁ ବଡ଼ ବିଡମ୍ବନାର ବିଷୟ ଗରିବ ଲୋକ ମାଗି ଯାଚି ଚଳନ୍ତି ଏତେ ଟଙ୍କା ଆଣିବେ ବା ସେ କେଉଠୁ ତେଣୁ ଆମ୍ବୁଲାନ ଡ୍ରାଇଭରକୁ ଯେତେ କାକୁତି ମିନତୀ ହେଲେ ମଧ୍ୟ ଓ ଗୋଡ଼ ହାତ ଧରିଲେବି, ଚଣ୍ଡାଳ ଶୁଣିଲାନାହିଁ,ଓ ରାତି ଜାଙ୍କ ଶବଟି ରାସ୍ତା କଡ଼ରେ ପଡି ରହିଥିଲା,ରାତି ଅଧରେ କଣ ବା କରିବ କାହାକୁ ଡ଼ାକିବ କିଏ ଶୁଣିବ ବୃଦ୍ଧା ମଉସା ଟି ସେମିତି ଜଗିବସିଥିଲା ଝିଅର ମୃତ ଶବକୁ ଜନ୍ମ ଦାତା ନା କେମିତି ଛାଡ଼ିଦେଇ ଚାଲିଯିବ ଧନ୍ୟ ତୁମେ ଓଡିଶା ସରକାର ଏହି ତୁ ଯୋଜନା ସାଧାରଣ ଲୋକଙ୍କ ପାଇଁ,ମାଳ ମାଳ ଯୋଜନା କରିଛ, ଓଡିଶା ମୋ ପରିବାର ନାରା ଦେଉଛ,ଏହି ତୁମ ସ୍ୱାସ୍ଥ ଯୋଜନା ସାଧାରଣ ଜନତା ପାଇଁ,ରାତି ଅଧରେ ନିରୀହ ମଲା ଶବକୁ ବି ରାସ୍ତା କଡ଼ରେ ପକାଇ ଦେଇ ପଳାଉଛି ଆମ୍ବୁଲାନ୍ସ, ଧନ୍ୟ ତୁମେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ, ଧନ୍ୟ ତୁମ ଯୋଜନା l

ପରେ ସକାଳ ହେଲା ସ୍ଥାନୀୟ ବାସିନ୍ଦା,ଦେଖିବାକୁ ପାଇଲେ ଏକ ହୃଦୟ ବିଦାରକ ଦୃଶ୍ୟ ଏହି ଘଟଣା ଯିଏ ଦେଖିଲା ସେ କହିଲା ଏମାନକୁ ଧରମ ଛାଡି ଅଲଗା ହେଲାଣି ବୋଧେ ସମସ୍ତେ ମୁଣ୍ଡରେ ହାତ ଦେଇଦେଲେ ପରେ ସ୍ଥାନୀୟ ଅଞ୍ଚଳ ଲୋକେ ଓ ପାଖରେ ଥିବା ଫାଣ୍ଡି କର୍ମଚାରୀ ମାନଙ୍କ ସହଯୋଗରେ ସବ ବ୍ୟବଛେଦ କରାଇଥିଲେ ଓ ପରେ ଶବ ସଂସ୍କାର କରିଥିଲେ l କହିବାକୁ ଚାହୁଁଛୁ ଯେ ଉକ୍ତ ପରିବାର ଚଳିବା ବହୁତ୍ କଷ୍ଟ, ମା ଛେଉଣ୍ଡ ଛୁଆଁଟି ମା କ୍ଷୀର ପାଇଲା ନାହିଁ,ତା ଆଗରୁ ଉପର ଵାଲା ନେଇଗଲା ତା ପାଖକୁ, ମା ମୁହଁ ଦେଖିପାରିଲାନି କେମିତି ବଞ୍ଚିବ ନିରୀହ ପିଲାଟି, ଏହି କଥା ଭାବି, ଭାଙ୍ଗି ପଡିଛନ୍ତି ମାୟାଧର ମହାନ୍ତି, ଛୁଆଟିର ଡବା ପାଉଡର, ଓ ଚୁଡ଼ା. ଗୁଣ୍ଡ ନିହାତି ଦରକାର, ପିଲାଟି ପାଇଁ ପରିବାର ଏହି ଭଳି ଅସୁବିଧା ସମୟରେ l ୪୦୦୦ ଟଙ୍କା ଋଣ ଆଣି ପିଲାଟି କୁ ଖାଇବାକୁ ଦେଉଛନ୍ତି ମାୟାଧର ମହାନ୍ତି, ତେଣୁ ସମସ୍ତ ସ୍ବେଚ୍ଛାସେବୀ ସଂଗଠନ। ସ୍ଥାନୀୟ ଯୁବ ସମାଜ ସେବୀ ଓ ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନଙ୍କୁ ବିନମ୍ର ଅନୁରୋଧ ପିଲାଟିପାଇଁ ସମେସ୍ତ ସାହାଯ୍ୟର ହାତ ବଢ଼ାନ୍ତୁ

 

Leave a Reply

Your email address will not be published. Required fields are marked *