ହୋଲି ଉପରେ କଟକଣା ଜାରି କଲେ ସ୍ଵତନ୍ତ୍ର ରିଲିଫ କମିଶନର

ଗଣପର୍ବ ଭାବରେ ପରିଚିତ ଏହି ରଙ୍ଗର ମହୋତ୍ସବ ଉପରେ ଲାଗିଛି କଟକଣା I ରାଜ୍ୟରେ ସଂକ୍ରମଣର ଗ୍ରାଫ ହ୍ରାସ ହୋଉଥିବାବେଳେ ମାର୍ଚ୍ଚ ମାସ ରେ ଅନୁଷ୍ଠିତ ହେବାକୁ ଯାଉଥିବା ହୋଲି ଉପରେ ଆଣିଲେ କଟକଣା ରାଜ୍ୟ ରିଲିଫ କମିଶନର l ସର୍ବ ସାଧାରଣ ରେ ହୋଲି ଖେଳିବାକୁ ବାରଣ କରାଯାଇଛି ଦୋଳ ମେଳ ରେ କେତେ ଲୋକ ସାମିଲ ହେବେ ତାହା ସ୍ଥାନୀୟ ପ୍ରଶାସନ ର ନିଷ୍ପତି ନେବେ ଏଥିରେ ନିଜର ପରିବାର ବର୍ଗ ଙ୍କ ସହ ଖେଳିବାକୁ କୁହାଯାଇଛି l ପୂର୍ବ ପରି ମାସ୍କ ପରିଧାନ ,ସାମାଜିକ ଦୂରତା ବଜାଇ ରଖି ହୋଲି ପାଳନ କରିବାକୁ କୁହାଯାଇଛି l ପୂର୍ବ ରୁ ସଂକ୍ରମଣ ହାର ବୁଦ୍ଧି ପାଇବାଯୋଗୁ ସମସ୍ତ ପର୍ବପର୍ବାଣୀ ଉପରେ ଅଙ୍କୁଶ ଲାଗିଥିଲା l ହୋଲି ମଧ୍ୟ ଫିକା ପଡିଥିଲା କେବଳ ପୂଜା ବିଧି ଉପରେ ସାମାନ୍ୟ କୋହଳ କରାଯାଇଥିଲା l ବର୍ତମାନ ସ୍ଥିତି ସୁଧାର ଆସୁଥିବାରୁ ରାଜ୍ୟ ସରକାର ଲକଡାଉନ, , ସଟ ଡାଉନ , ହଟାଇ ଦେଇଛନ୍ତି l ଏବଂ ସମସ୍ତ ପର୍ବପର୍ବାଣି ମଧ୍ୟ ନିୟମ ଅନୁଯାୟୀ ପାଳନ କରାଯାଉଛି l ବିବାହ, ବ୍ରତୋପନୟନ , ଅନ୍ତିମ ସଂସ୍କାର ସମୟରେ 250 ଲୋକ ଉପସ୍ଥିତ ରହିବେ l ବାହାଘର ବର ପକ୍ଷ ବାଜା ପାଟି ସହ 100 ରୁ ଉର୍ଦ୍ଧ ଲୋକଙ୍କୁ ଅନୁମତି ରହିଛି l

Leave a Reply

Your email address will not be published. Required fields are marked *