ୟୁଟୁବ ଦେଖି ପିଲା ଜନ୍ମ କଲା ଆଉ ଗଳା କାଟି ଛୁଆକୁ ହତ୍ୟା କଲା ମାଆ

ଫୋକସ ପ୍ଲସ 6/3/2023(ବ୍ୟୁରୋ): ମା ଶବ୍ଦଟି କେତେ ମଧୁର ,ଏ ସଂସାରରେ ମା ଠୁ ବଡ ଆଉ କେହି ନାହିଁ | ମା ଶବ୍ଦ ଯେତିକି ମଧୁର ଆଉ ସେତିକି ସୁନ୍ଦର ମଧ୍ୟ | ମା ହିଁ ଏ ଦୁନିଆରେ ସବୁକିଛି ହୋଇଥାଏ |କିନ୍ତୁ ମା ନାଁରେ ଏଠି କଳଙ୍କ ଦେଖିବାକୁ ମିଳିଛି |ହଁ ଦର୍ଶକ ବନ୍ଧୁ ଏଠି ଜଣେ ମା ନିଜ ଛୁଆକୁ ରାଗରେ ମାରିଦେଇଛି | ଏ କେମିତିକା ମା କେଜାଣି ! YOUTUBE ଦେଖି ପିଲା ଜନ୍ମ କଲା..ତାପରେ ରାଗରେ ଛୁଆକୁ ଦୁନିଆ ଦେଖିବା ଆଗରୁ ଆରପାରିକୁ ପଠାଇଦେଲା । କିଛି ସେକେଣ୍ତରେ ହିଁ ମା ରୁ ପାଲଟିଗଲା ରାକ୍ଷସୀ । ଆଜ୍ଞା ହଁ ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁର ସହରରେ |ତେବେ ଏଠାରେ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ୧୫ ବର୍ଷର ଜଣେ ଝିଅ ୟୁଟ୍ୟୁବରେ ଅନଲାଇନ୍ ଭିଡିଓ ଦେଖି ଏକ ଶିଶୁକୁ ଜନ୍ମ ଦେଇଥିଲେ। ତା’ପରେ ନବଜାତ ଶିଶୁକୁ ଗଳା କାଟି ହତ୍ୟା କରିଥିଲେ । ତେବେ ହତ୍ୟା ପରେ ଶବକୁ ବାକ୍ସରେ ଲୁଚାଇ ରଖିଥିଲେ। ବାସ୍ତବରେ ଝିଅ ଜଣଙ୍କ ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ସେ ଗର୍ଭବତୀ ହୋଇଥିଲେ।ତେବେ ପୋଲିସ ଅଧିକାରୀଙ୍କ ସୂଚନାନୁସାରେ, ସୋସିଆଲ ମିଡିଆ ଜରିଆରେ ଝିଅ ଜଣଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।ଆଉ ସେ ଗର୍ଭବତୀ ହୋଇଥିଲେ | ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା କହି ସେ ତାଙ୍କ ଗର୍ଭଧାରଣକୁ ତାଙ୍କ ମା’ଙ୍କଠାରୁ ଲୁଚାଇ ରଖିଥିଲେ। ଅମ୍ବାଜରି ଅଞ୍ଚଳରେ ସାହି ବାସିନ୍ଦା ଠାରୁ ଗୋପନୀୟତା ବଜାୟ ରଖିବା ପାଇଁ ଘରେ ପିଲା ଜନ୍ମ କରିବାକୁ ଚିନ୍ତା କଲେ ଏହି ଝିଅ ଆଉ ୟୁଟ୍ୟୁବ୍ ଭିଡିଓ ଦେଖିବା ଆରମ୍ଭ କଲେ।ତେବେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ଓ ସଙ୍ଗେ ସଙ୍ଗେ ନବଜାତ ଶିଶୁକୁ ଗଳା କାଟି ହତ୍ୟା କରିଥିଲେ। ଏହାଠାରୁ ଆଉ ପାଶବିକ କାମ କଣ ଅଛି ଦୁନିଆରେ | ଜନ୍ମ ଦେଉ ଦେଉ ରାକ୍ଷସୀ ପାଲଟି ଯାଉଛି ମାଆ | ଆଉ ମା ନାଁରେ କାଲଙ୍କା ପାଲଟୁଛି |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *