ୟୁ କ୍ରେନକୁ  ୧.୪ ଡାଲାର ଜରୁରୀ କାଳୀନ ସହାୟତା

ରୁଷିଆ ଆକ୍ରମଣରେ ଧୂସଂସ୍ଥୁପରେ ପରିଣତ ୟୁକ୍ରେନକୁ ସିଳିଲା ଆର୍ତିକ ଜରୁରିକାଳୀନ ସହାୟତା । ଯୁଦ୍ଧରେ କ୍ଷତିଗ୍ରସ୍ଥ ହୋଇଥିବା ୟୁକ୍ରେନ ପ୍ରାୟ ୧.୪ ଡଲାର ସହାୟତାରାଶୀ ଦେଲା ଆନ୍ତର୍ଜାତୀକ ମୁଦ୍ରାପାଣ୍ଠୀ । ଘନ ଘନ ରୁଷର ରେକଟ ଓ ମିିଶାଇଲ ମାଡରେ ମରୁଭୁମି ପାଲଟିଥିବା ୟୁକ୍ରେନରେ ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ତେଣୁ ଦେଶର ଜରୁରୀ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆନ୍ତର୍ଜାତୀକ ମୁଦ୍ରାପାଣ୍ଠୀ ଏହି ସହାୟତା ଦେଇଛି ।

ଆକ୍ରମଣ ଜନିତ କ୍ଷତି କମ କରିବା ନେଇ ଆଇଏମଏଫ କାର୍ଯ୍ୟକାରୀ ବୋର୍ଡ ପକ୍ଷରୁ ଏକ ବୈଠକରେ ୟୁକ୍ରେନ ପାଇଁ ଜରୁରୀକାଳୀନ ୧୦.୪ ଡଲାର ଆର୍ଥିକ ସହୟାତା ପ୍ରଦାନ କରାଯାଇଛି । ଆଇଏମଏଫର ପରିଚାଳନା ନିର୍ଦେଶକ ଏକ ବିବୃତିରେ କହିଛନ୍ତି ଯେ ୟୁକ୍ରେନ ଭୟଙ୍କର ଯୁ୍‌ଦ୍ଦର ପରିଣାମ ଭୋଗୁଛି । ରୁଷର ଘନ ଘନ ଆକ୍ରମଣ ଯୋଗୁଁ ୟୁକ୍ରେନ ଘୋର ଆର୍ଥିକ ସମସ୍ୟା ଓ ମାନବୀୟ ସମସ୍ୟା ଦେଇ ଗତିକରୁଛି । ଅଧୁନା ଏହାର ଆର୍ଥିକ ସହାୟତା ଜରୁରୀ ଥିବାବେଳେ ଯୁଦ୍ଧ ଜାରୀ ରହିଲେ ଏହା ବହୁଗୁଣରେ ବଢିପାରେ ବୋଲି ଅନୁମାନ ହେଉଛି ।

ୟୁକ୍ରେନ ସଂଙ୍କଟ ସମୟରେ ବହୁ ଆନ୍ତର୍ଜାତୀୟ ଆର୍ଥିକ ସଂଘଠନ ସହଯୋଗର ହାତ ବଢାଇଛନ୍ତି । ସୋମବାର ବିଶ୍ୱବ୍ୟାଙ୍କର କାର୍ଯ୍ୟକାରୀ ବୋର୍ଡ ଯୁ୍‌ଦ୍ଧଗ୍ରସ୍ତ ରଷ୍ଟ୍ର ପାଇଁ ୭୨୩ ମିଲିୟନର ଋଣ ପ୍ୟାକେଜକୁ ମଞ୍ଜୁରୀ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *