୧୦ଟଙ୍କା ଧନିଆ ପତ୍ର ପାଇଁ ବିଜେଡି ନେତା ଲଜ୍ଜିତ

ଫୋକସ ପ୍ଲସ(ବଡ଼ଚଣା)୧୩/୦୮/୨୦୨୨: ସୂଚନା ଅନୁଯାଇ ବାଲିଚନ୍ଦ୍ରପୁର ଥାନା ଅଧୀନରେ ବାଲିଚନ୍ଦ୍ରପୁର ହାଟ ମଧ୍ୟ ରେ ସଞ୍ଜୟ ସିଂହ ନାମକ ଏକ ଭିନ୍ନ କ୍ଷମ ବ୍ୟକ୍ତି ଶାଗ ଏବଂ ଧନିଆ ପତ୍ର ବିକି ପେଟ ପୋଷଣ କରନ୍ତି କିନ୍ତୁ ଦୁଃଖ ର ବିଷୟ ଯେ ବଡ଼ଚଣା ବିଜୁ ଜନତା ଦଳର ନେତା ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ମହାନ୍ତି ତାଙ୍କ ଦୋକାନ ରେ ପହଞ୍ଚି ଜୋର୍ ଜବରଦସ୍ତି ଧନିଆ ପତ୍ର ଦେବା ପାଇଁ କହିଥିଲେ। ଭିନ୍ନକ୍ଷମ ଜଣକ ଧନିଆ ପତ୍ର ବାବଦ କୁ ଅର୍ଥ ରାଶି ମାଗିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ବାବୁ ଜଣକ ଭିନ୍ନ କ୍ଷମ ପରିବା ବ୍ୟବସାୟୀ କୁ ଅଶ୍ଳିଲ ଭାଷା ରେ ଗାଳି ଦେବା ସହ ଭିନ୍ନ କ୍ଷମ ଟିକୁ ମାଡ଼ ମଧ୍ୟ ମାରିଥିଲେ। ଏଥିରେ ଭିନ୍ନ କ୍ଷମ ଜଣକ ଆହତ ହୋଇଥିବା ଜଣା ପଡ଼ିଛି। ଏ ନେଇ ଭିନ୍ନ କ୍ଷମ ଜଣକ ବାଲିଚନ୍ଦ୍ରପୁର ଥାନା ର ଦ୍ୱାରସ୍ଥ ହୋଇ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ବାଲିଚନ୍ଦ୍ରପୁର ଥାନା ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି। ବିଜୁ ଜନତା ଦଳର ନେତା ଙ୍କର ଏପରି କାଣ୍ଡ ପାଇଁ ଅଞ୍ଚଳ ରେ ତୀବ୍ର ଅସୋନ୍ତୋଷ ପ୍ରକାଶ ପାଇଛି |

ବଡ଼ଚଣା ରୁ ନିହାର ରଞ୍ଜନ ସାମଲ ଙ୍କ ରିପୋଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *