୧୦ ଗୋଟି ଟ୍ରେଡ୍ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଏହାର ପ୍ରଭାବ ପଡିଛି ଖଣି ଅଞ୍ଚଳରେ ।

କୋଇଡା ୧୬/୦୨/୨୦୨୪: ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ବିଭିନ୍ନ ଟ୍ରେଡ଼ ୟୁନିଅନ୍ ତରଫରୁ ୨୧ଦଫା ଦାବି ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଖଣି ଖାଦାନ ଭରା ଅଞ୍ଚଳ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ରେ ପ୍ରଭାବ ଦେଖା ଦେଇଚି । ସକାଳ ସାତ ଟାରୁ କୋଇଡା ବ୍ଲକ ଛକ ଏବଂ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି । ଏପରିକି ଅଞ୍ଚଳରେ ଥିବା ସମସ୍ତ ରେଲୱେ ସାଇଡ଼ିଂ ବନ୍ଦ ରହିଥିବା ବେଳେ ସମସ୍ତ ମାଇନ୍ସ ରୁ ଖଣି ପରିବହନ ବନ୍ଦ କରିଛି ଏହି ଭାରତ ବନ୍ଦ ଡାକରା ରେ କୁ ସମର୍ଥନ ଜଣାଇଁ CITU ରାଜ୍ୟ ସମ୍ପାଦକ ପ୍ରଭାତ କୁମାର ପଣ୍ଡା ଅଶୋକ ସାମଲ, ଟିକେଶ୍ୱର ପାତ୍ର, ପ୍ରଭାତ ପାତ୍ର, ଜହନ ଡୁଙ୍ଗ୍ ଡୁଙ୍ଗ୍, ହଳଧର ଧର ଦେହୁରୀ, ଅସନ୍ତସ ସ୍ନେହା , ସନ୍ତସ ବାରିକ୍ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ ଆନ୍ଦୋଳନ କରିଥିଲେ ।

Leave a Reply

Your email address will not be published. Required fields are marked *