ଫୋକସ ପ୍ଲସ(ବ୍ରହ୍ମପୁର)୧୦/୦୯/୨୦୨୨: ବ୍ରହ୍ମପୁର ତା ୧୦.୦୯.୨୦୨୨ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରତ୍ୟାହାର କରିବା, ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ବିଦ୍ୟାଳୟ ଖୋଲିବା, ଖାଲି ପଡିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି-ଘରୋଇକରଣ, ବ୍ୟବସାୟୀକରଣ ବନ୍ଦ କରିବା, ଇତିହାସ ଓ ବିଜ୍ଞାନର ବିକୃତିକରଣ ଏବଂ ଶିକ୍ଷାର ସାଂପ୍ରଦାୟିକରଣ ବନ୍ଦ କରିବା ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଏଆଇଡିଏସଓ ଉଦ୍ୟୋଗରେ ୧୧ ତମ ସାରା ଓଡିଶା ଛାତ୍ର ସମ୍ମିଳନୀର ପ୍ରକାଶ୍ୟ ଅଧିବେଶନ ଆଜି ଅପରାହ୍ନ ସମୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନାର ସହ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନ ପୁର୍ବରୁ ସାରା ଓଡିଶାରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କର ଏକ ବିଶାଳ ସୁସଜ୍ଜିତ ପଟୁଆର ବ୍ରହ୍ମପୁର ସହର ପରିକ୍ରମା କରିଥିଲା । ପ୍ରତିନିଧି ମାନେ ବିଭିନ୍ନ ଶିକ୍ଷା ଗତ ଦାବି ଉପରେ ସ୍ଲୋଗାନ ଦେଇ ଆଗେଇ ଚାଲିଥିଲେ । ଏଆଇଡିଏସଓ ର ପତାକା ଉତ୍ତୋଳନ କରିଥିଲେ ସର୍ବଭାରତୀୟ ସାଧାରଣ ସମ୍ପାଦକ ସୈାରଭ ଘୋଷ । ଛାତ୍ର ଆନ୍ଦୋଳନର ଶହୀଦ ମାନଙ୍କ ଉଦ୍ଦେଶ୍ୟ ରେ ସ୍ଥାପିତ ଶହୀଦ ବେଦୀରେ ମାଲ୍ୟାର୍ପଣ କରାଯାଇଥିଲା । ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ନାମରେ ନାମିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ପ୍ରକାଶ୍ୟ ଅଧିବେଶନ ମଂଚରେ ସଭାପତିତ୍ୱରେ କରିଥିଲେ ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ । ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ ଏସୟୁସିଆଇ(ସି) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ଦାସ । ସର୍ବଭାରତୀୟ ସଭାପତି ଭି.ଏନ ରାଜଶେଖର ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ସମ୍ପାଦକ ସୁବାସ ନାୟକ ଅନ୍ୟତମ ବକ୍ତା ଭାବେ ନିଜର ବକ୍ତବ୍ୟ ଦେଇଥିଲେ । ସମ୍ମୀଳନୀର ଉଦ୍ଧୃତି ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ ଅଭ୍ୟର୍ଥନା କମିଟିର ଅନ୍ୟତମ ସଦସ୍ୟ ବରିଷ୍ଠ କଳାକାର ସଂଘ୍ ର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ର୍ଆଗାମୀ ଦିନରେ ଶିକ୍ଷା ସଭ୍ୟତାକୁ ରକ୍ଷାକରିବାର ମହାନ ଦାୟିତ୍ୱ ନେଇ ଆଗେଇଯିବେ ବୋଲି ଛାତ୍ର ସମ୍ମିଳନୀରେ ଛାତ୍ର ଛାତ୍ରୀ ମାନେ ଶପଥବଦ୍ଧ ହୋଇଥିଲେ ।