୧୨ ଖଣ୍ଡ କାଗଜରେ ଲୁଚି ରହିଛି କି ହତ୍ୟା ରସହ୍ୟ ?

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ):ଗୋପାଳର ଏହି ଚିଠିରୁ ମିଳିବ କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ରହସ୍ୟ ? ଆଜ୍ଞା ହଁ ପାଇଖାନା ଟାଙ୍କିରୁ ଗୋପାଳର ୧୨ଖଣ୍ଡ ହାତ ଲେଖା ଚିଠି ମିଳିଛି | ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟ୍ରିନ ସ୍ୱରେଜ୍‌ ଟ୍ୟାଙ୍କ୍‌ ଖୋଳାଯାଉଥିବା ବେଳେ ଆଜି ପୋଲିସ୍‌ ହାତରେ ବଡ଼ ସୁରାଗ ଲାଗିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫ ଦିନ ପରେ ଅଭିଯୁକ୍ତ ଗୋପାଳ ଦାସର ହାତଲେଖା ପାଇଛନ୍ତି ତଦନ୍ତକାରୀ ଅଧିକାରୀ । ରାତି ଅଧିଆ ଅପରେସନ୍‌ ପରେ ଲାଟ୍ରିନ୍‌ରେ ଫ୍ଲସ୍‌ କରିଦେଇଥିବା କାଗଜ ବାହାର କରିଛି ପୋଲିସ୍‌ । ହାତ ଲେଖା କାଗଜକୁ ଗୋପାଳ ଚିରି ଝାରସୁଗୁଡା ଏୟାରପୋର୍ଟ ଥାନା ଲାଟ୍ରିନରେ ଫ୍ଳସ କରିଥିବାରୁ ତାକୁ କ୍ରାଇମବ୍ରାଞ୍ଚ ଖୋଜୁଥିବା ସୂଚନା ମିଳିଛି । ନାଲି ରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖାଥିବା କାଗଜ ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ କରିବା ଦିନ ଗୋପାଳକୁ ଏୟାରପୋର୍ଟ ଥାନାରେ ଅଟକ ରଖାଯାଇଥିଲା । ଆଉ ଏହାର ସୁଯୋଗ ନେଇ ଥାନାରେ ଥିବା ବେଳେ ପାଇଖାନା ଯାଇ କାଗଜକୁ ଫ୍ଲସ୍ କରି ଦେଇଥିଲା ଅଭିଯୁକ୍ତ । ଜେରା ସମୟରେ କାଗଜ କଥା ଜଣାପଡ଼ିବା ପରେ ଖୋଜୁଥିଲା କ୍ରାଇମବ୍ରାଞ୍ଚ । ପାଇଖାନା ଟାଙ୍କିରେ ଲୁଚିଥିଲା ପ୍ରମାଣ! ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । କ୍ରାଇମବ୍ରାଞ୍ଚ ଟିମ୍‌ ହାତରେ ଲାଗିଛି ବଡ଼ ସୁରାକ । ପାଇଖାନା ଟାଙ୍କିରୁ ମିଳିଛି ୧୨ ରୁ ୧୫ ଖଣ୍ଡ କାଗଜ। ଗତକାଲି ରାତିରୁ ଟାଙ୍କିରୁ ମିଲିଛି ଏହି କାଗଜ। ଏହି କାଗଜକୁ ଶୁଖା ଯାଉଛି । ଏହାକୁ ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋକୁ ପଠାଯିବ । ଏହି କାଗଜରେ ହତ୍ୟା କାଣ୍ଡର କାରଣ ଲେଖିଥିବା ଗୋପାଳ କ୍ରାଇମ ବ୍ରାଞ୍ଚ ଟିମକୁ କହିଥିବା ସୂଚନା ମିଳୁଛି । ଗୋପାଳର ହାତଲେଖା କାଗଜକୁ ନେଇ ଅନୁଧ୍ୟାନ କରୁଛି କ୍ରାଇମ ବ୍ରାଞ୍ଚ ଟିମ ।ଖବର ଅନୁଯାୟୀ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ତଥ୍ୟ ଲୁଚାଇବା ଜାଣିବା ପରେ ଟାଙ୍କି ଭାଙ୍ଗି ତଥ୍ୟ ଯୋଗାଡ଼ କରିବାରେ ଲାଗିପଡ଼ିଥିଲା ଟିମ୍‌ । କିଛି ସୁରାକ୍‌ ଉଦ୍ଧାର ପାଇଁ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍‌ କରିଥିଲା କ୍ରାଇମବ୍ରାଞ୍ଚ । ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚିଛି । କାଗଜ ଉଦ୍ଧାର ହୋଇଥିଲେ ମଧ୍ୟ ଓଦା ହୋଇଯାଇଛି । ମାତ୍ର ସେଥିରୁ ସମ୍ପୂର୍ଣ୍ଣ ତଥ୍ୟ ଲିଭିନାହିଁ । ବଳକା କାଗଜ ଉଦ୍ଧାର ଚାଲିଛି । ନବ ଦାସଙ୍କ ହତ୍ୟା ସହ ଏହି ଦସ୍ତାବିଜର ପୂରା ସମ୍ପର୍କ ରହିଛି । ତେବେ ଏଥିରେ କି ତଥ୍ୟ ରହିଛି, ସେନେଇ ଅଧିକାରୀ ମାନେ ମୁହଁ ଖୋଲିନାହାନ୍ତି । କ୍ରାଇମବ୍ରାଞ୍ଚ ଏହାକୁ ବଡ଼ ପ୍ରମାଣ ବୋଲି ବିବେଚନା କରି ଅପରେସନ ଜାରି ରଖିଛି ।ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ହେଲେ ଶତପ୍ରତିଶତ ସଫଳ ହୋଇ ପାରିନାହିଁ । ବୁଧବାର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଘନ ଘନ ଜେରା ବେଳେ ଗୋପାଳ ଏସମ୍ପର୍କରେ ସୂଚନା ଦେଇଛି ।ଗତ ରବିବାର ଦିନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏଏସ୍‌ଆଇ ଗୋପାଳ ଦାସ । ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଏବଂ ପୁଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ଯାଏ ସେ ଦୀର୍ଘ ସମୟ ଧରି ସେଠାରେ ଥିଲେ । ନବଙ୍କ ମୃତ୍ୟୁ ପଞ୍ଜିକା ପ୍ରସ୍ତୁତ କରିଥିବା ଗୋପାଳ ଲୁଚାଇ ରଖିଥିଲା । ପରିସ୍ରା ଯିବା ବାହାନାରେ ଲୁଚାଇ ରଖିଥିବା ସବୁ କାଗଜକୁ ପାଇଖାନାରେ ଫ୍ଲସ୍‌ କରିଦେଇଥିଲା । ପ୍ରଥମ ଦିନ ରିମାଣ୍ଡରେ ଗୋପାଳ ସୂଚନା ଦେବାପରେ ପାଇଖାନା ଟାଙ୍କିକୁ ଖୋଲି କାଗଜ ଜବତ କରିଛି । ଏହାକୁ SFSLକୁ ପଠାଯିବ ବୋଲି ବର୍ତମାନ ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *