୧୨ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କୁ ଭେଟିଲା ଡ୍ରାଇଭର ମହାସଂଘ

ଫୋକସ ପ୍ଲସ 8/6/22(ସୁନ୍ଦରଗଡ଼): ଦୀର୍ଘ ଦିନ ରୁ ବିଭିନ୍ନ ସମସ୍ୟା ନେଇ ସରକାର ଙ୍କୁ ଦାବି ଜଣାଇ ଆସୁଥିବା ସୁନ୍ଦରଗଡ଼ ଡ୍ରାଇଭର ସଂଘ ପୁଣି ଆଜି ୧୨ ଦଫା ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।ଦାବି ଗୁଡ଼ିକ ହେଲା ୧- ଜିଲ୍ଲାର ଖଣି,ଶିଳ୍ପ ମାନଙ୍କରେ ଖାଲି ପଡ଼ିଥିବା ପଦବୀ ପାଇଁ ସୂଚନା ପ୍ରଦାନ କରାଯାଉ ୨- ଏହି ଖଣି,ଶିଳ୍ପ ମାନଙ୍କରେ ୭୦ % ସ୍ଥାନୀୟ ଡ୍ରାଇଭର ଙ୍କୁ ନିଯୁକ୍ତି ଦିଆଯାଉ
୩- କମ୍ପାନୀ ମାନଙ୍କରେ ଗାଡ଼ି ଚଳାଉଥିବା ଡ୍ରାଇଭର ମାନଙ୍କୁ joining ଲେଟର ଦିଆଯାଉ
୪-PF ନମ୍ବର ଓ ପେମେଣ୍ଟ ସ୍ଲିପ ସୁନିଶ୍ଚିତ କରାଯାଉ
୫-ମେଡିକାଲ ଖର୍ଚ୍ଚ ଦିଆଯାଉ
୬-ଏରିଅର ଓ ବୋନସ ଯୋଗାଇ ଦିଆଯାଉ
୭-ସୁରକ୍ଷା ପାଇଁ ପ୍ରତି ଛଅ ମାସରେ ହେଲମେଟ ଓ ଜୋତା ଦିଆଯାଉ
୮-ଦରମା ଠିକ୍ ସମୟରେ ଦିଆଯାଉ
୯- ଖଣି ,ଶିଳ୍ପ ଗୁଡିକରେ ଡ୍ରାଇଭର ମାନଙ୍କୁ ତାଲିମ ପ୍ରଦାନ କରାଯାଉ
୧୦- NTPC,OPCL,ଓ MCL ରେ ବେଯୋଜଗାର ଡ୍ରାଇଭର ଙ୍କୁ ନିଯୁକ୍ତି ଦିଆଯାଉ
୧୧- ପ୍ରତ୍ୟେକ କମ୍ପାନୀରେ ଆଠ ଘଣ୍ଟା ଡିୟୁଟି ସମୟ ଧାର୍ଯ୍ୟ କରାଯାଉ
୧୨- କମ୍ପାନୀ ମାନଙ୍କରେ ନିଯୁକ୍ତ ଡ୍ରାଇଭର ମାନଙ୍କୁ ୟୁନିଫର୍ମ ପିନ୍ଧିବା ବାଧ୍ୟ କରାଯାଉ ଆଦି ଦାବି ଜଣାଇଥିଲେ ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *