୧୫ବର୍ଷ କଞ୍ଚା ପରିବା ଖାଇ ବଞ୍ଚୁଛନ୍ତି ମହିଳା

ଫୋକସ ପ୍ଲସ(ବ୍ୟୁରୋ)୦୯ /୦୮/୨୦୨୨:ବଞ୍ଚିବା ପାଇଁ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ l ସୁସ୍ଥ ଶରୀର ସୁସ୍ଥ ଜୀବନ ଶୈଳୀ ପାଇଁ ଆମେ ସୁସ୍ୱାଦୁ ରନ୍ଧା ଖାଦ୍ୟ ଖାଇଥାଉ l ସ୍ୱାଦ ଅନୁଯାୟୀ ଲୁଣ ହଳଦୀ ଟିକେ କମ କିମ୍ବା ଅଧିକ ହୋଇଗଲେ ଖାଇବା ଜମା ବି ଭଲ ଲାଗେନି l ମଣିଷ ବିଭିର୍ନ ପ୍ରକାର ଖାଦ୍ୟ ଖାଇବାକୁ ପସନ୍ଦ କରିଥାଏ l ତେବେ ଏମିତି ଜଣେ ଅଦ୍ଭୁତ ମହିଳା ଅଛନ୍ତି ଯିଏ କି ଦୀର୍ଘ ୧୪ରୁ ୧୫ବର୍ଷ ହେବ କଞ୍ଚା ପନିପରିବା ଖାଇ ବଞ୍ଚି ଆସୁଛନ୍ତି l ପାୟଲ ପ୍ରିୟଦର୍ଶିନୀ ସେ ଜଣେ ଓଡ଼ିଆ ଅଭିନେତ୍ରୀ lଅଭିନୟ ଜଗତରେ ପାଦ ଦେବା ସମୟରେ ତାଙ୍କୁ ଡାଏଟ କରିବା ପାଇଁ କୁହାଯାଉଥିଲା l ରୋଷେଇ କରିବା ସମୟରେ କଞ୍ଚା ପନିପରିବା ଖାଇବା ଆରମ୍ଭ କରିଥିଲେ l ସେବେଠାରୁ ଆଳୁ, କଲରା, କଖାରୁ, କଞ୍ଚା ଅଣ୍ଡା, କଞ୍ଚା କ୍ଷୀର ଇତ୍ୟାଦି ଖାଇ ବଞ୍ଚି ଆସୁଛନ୍ତି ଏହି ମହିଳା l ବର୍ତ୍ତମାନ ଯଦି ରନ୍ଧା ଖାଦ୍ୟ ଦିଆ ଯାଏ ତେବେ ଖାଇବା କ୍ଷଣି ବାନ୍ତି କରିଦେଉଛନ୍ତି l ଆଗକୁ ମଧ୍ୟ ଏହି ଭଳି ଖାଦ୍ୟ କଞ୍ଚା ଖାଦ୍ୟ ଖାଇ ଜୀବନ ବଞ୍ଚିବାକୁ କହିଛନ୍ତି ପାୟଲ |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *