୧୭ଗୋଟି ଷଣ୍ଢକୁ ଗଛରେ ବାନ୍ଧିଲେ ସ୍ଥାନୀୟ ଚାଷୀ

ଫୋକସ ପ୍ଲସ(ବଡ଼ଚଣା) ୧୨/୦୯/୨୦୨୨: ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମ ଶେଷ ପୋଖରୀ ପାଖରେ, କିଛି ଷେଣ୍ଢ ମାନଙ୍କୁ ପାଖ ବର ଗଛରେ ବନ୍ଧା ହୋଇ ଥିବା ଦୃଶ୍ୟ, ଏ ଦୃଶ୍ୟଟି ଏମିତି ଏକ, ଜୀଏବି ଦେଖିବ ସିଏ କହିବ ଏମାନଙ୍କୁ ଧରମ ଛାଡି ଅଲଗା ହେଲାଣି ବୋଧେ,ଏ ମଣିଷ ଭୁଲିଗଲା ମାନବିକତା, ମଣିଷ ଈଶ୍ବରଙ୍କ ସୃଷ୍ଟିର ଶ୍ରେଷ୍ଠ ଜୀବ,କିନ୍ତୁ ଆଜିର ଦୁନିଆଁରେ ଟିକେ ସ୍ବାର୍ଥ ପାଈଁ ଅମାନୁଷିକ ତାର ପରିଚୟ ଦେବା ପାଇଁ ପଛାଉ ନାହିଁନ୍ତି ଏ ଧର୍ମ ଛଡ଼ା ମଣିଷ ରୁପି ଜନ୍ତୁ ମାନେ, ଧର୍ମ ଧାରଣ ସବୁ ଗଲାଣି ଚୂଲିକି! ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଵୈ ରୀ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମ ନିକଟରେ।ସୂଚନା ଥାଉ କି ,ବର୍ତ୍ତମାନ ବର୍ଷା ଦିନ, ଗାଁ ଗଣ୍ଡାରେ ଖାଦ୍ୟ ନ ପାଇ ବୁଲା ଷଣ୍ଢ ଗୁଡ଼ିକ ଭୋକର ଦାଉ ରେ ପଡିଆ ଓ ଧାନ ବିଲରେ ପଶି ଫସଲ ଖାଇ ଯାଉ ଥିବା ଅଭିଯୋଗ କରିଛନ୍ତି ଚାଷୀ ମାନେ,ସେହି କାରଣରୁ ବିଦ୍ୟା ଧର ପୁର ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀ ହୁଡା ବଡ ବଡ ଏକା ଧୀକ ଗଛ ରେ ୧୭ରୁ ଉର୍ଦ୍ଧ୍ବ ଷଣ୍ଢ ମାନଙ୍କୁ ଆଜିକୁ ପ୍ରାୟ ୫ ଦିନ ହେବ ଦଉଡିରେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି। କିଛି ଖାଇବାକୁ ଦେଉ ଛନ୍ତି, ବା ନ ଦେଉ ଛନ୍ତି ତାହା ଈଶ୍ୱରଙ୍କୁ ଜଣା, ତେବେ ଏହି ନିରୀହ ଷଣ୍ଢ ମାନଙ୍କ ଭୁଲ କେବଳ ଏତିକି ଭୋକ ସହି ନ ପାରି ବିଲରେ ପଶି ଧାନ ଖାଇ ଯାଉଛି, ସେଥି ପାଇଁ ଏତେ ବଡ ଦଣ୍ଡ । ଭଗବାନ ଙ୍କ ସୃଷ୍ଟିରେ ଧର୍ମ ର ସ୍ୱରୂପ ଏହି ଷଣ୍ଢ ମାନଙ୍କୁ ପୁଣି ଦଉଡିରେ ବାନ୍ଧିବା କେତେ ଅପରାଧ ,ତାହା ପୁଣି ଖରା ବର୍ଷା ରେ, ତେବେ ଏହି ନିରୀହ ଜୀବ ମାନଙ୍କୁ ଗଛରେ ବାନ୍ଧି ଥିବା ସଭ୍ୟ ମଣିଷ ମାନଙ୍କୁ ଆମର ପ୍ରଶ୍ନ, ରେ ମଣିଷ ,ତୁମେ ମାନେ ସୃଷ୍ଟିର ଶ୍ରେଷ୍ଟ ଜୀବ ହୋଇ ଗଲ ବୋଲି କଣ ଏଇୟା ତୁମର ବିଚାର, ଆମେ କେଉଁଠି ଚରିବୁ,ବୁଲିବୁ,ରହିବୁ! ଭଗବାନଙ୍କ ସୃଷ୍ଟିରେ ଆମର କଣ ବଞ୍ଚିବାର ଅଧିକାର ନାହିଁ, ତୁମର ଟିକେ ଦୟା କି ବିଚାର ନାହିଁ ,ତୁମ ମାନଙ୍କୁ ଧର୍ମ ସହିବନିରେ ଧର୍ମ ସହିବନି।ତେବେ ତୁରନ୍ତ ପଶୁ ସମ୍ପଦ ଅଧିକାରୀ ଏହି ଘଟଣାକୁ ଗୁରୁତ୍ବ ର ସହିତ ବିଚାରକୁ ନେଇ ଦୋଷୀ ଙ୍କ ବିରୋଧରେ କର୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *