୧ ମହିଳା ଓ ୨ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ |

ଫୋକସ ପ୍ଲସ ୨୭/୧/୨୩(ମାଲକାନଗିରି): ସାଧାରଣ ତନ୍ତ୍ର ଦିବସ ଅବସରରେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ ଅଞ୍ଚଳରେ DVF ଓ SOG କୁମ୍ବିଂ ଅପରେସନ କରୁଥିବା ବେଳେ ଏକ ମାଓ ଡମ୍ପ ସୂଚନା ମିଳିଥିଲା ।ଏହି ଡ଼ମ୍ପରୁ ବହୁ ମାଓ ସାମଗ୍ରୀ ଜବତ କରିଛି DVF ଓ SOG ଯବାନ, ଏହି ସାମଗ୍ରୀ ମଧ୍ୟରେ ଗୋଟିଏ ପିସ୍ତଲ, ଚାରୋଟି ଟିଫିନ ବୋମା ,SLR ରାଇଫଲ୍, ଭିଜିଲ ଗ୍ରେନେଟ ଲୋଞ୍ଚର ଅନେକ ଆଇଡ଼ି ସହ ବହୁ ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏଥି ସହ ଆତ୍ମସମର୍ପଣ କଲେ ଦୁଇ ପୁରୁଷ ସହ ଜଣେ ମହିଳା ମାଓବାଦୀ। ମାଲକାନଗିରି SP ଙ୍କ କାର୍ଯ୍ୟାଳୟରେ ପୋଲିସ ଉପ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମସମର୍ପିତ ମାଓବାଦୀ ହେଲେ ମୋତି ମାଡ଼ି ,ପାଣ୍ଡୁ କବାସି ଓ ଆଏତେ କାର୍ତାମି ।ଏମାନେ ମାଓ ସଂଗଠନରେ ACM କ୍ୟାର୍ଡର ଭାବେ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କ ମୁଣ୍ଡରେ ଏକ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ରାଶି ଘୋଷଣା ରହିଥିବା ପୋଲିସ ଉପ ମହନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଆଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ମାଓବାଦୀ ମାନଙ୍କୁ ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଶ୍ରୀ ପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *