ଫୋକସ ପ୍ଲସ ୧୧/୬/୨୨(କୋରାପୁଟ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ବଡ ସଫଳତା । ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ହାଇଦ୍ରାବାଦ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ହାତରେ ଧରାପଡିଛି ବିପୁଳ ପରିମାଣରେ ଗଞ୍ଜେଇ । ୨ଟି ବୋଲେର ଗାଡି ସହ ୪ଜଣକୁ ପୁଲିସ ଗିରଫ କରିବା ସହ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ପୁଲିସ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇଁ କୋରାପୁଟsp ଙ୍କ ନିର୍ଦ୍ଦେଶ ରେ ନନ୍ଦପୁର SDPO ଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ ମିଳିତ ଭାବେ ଜଳାପୁଟ ନିକଟ ପମ୍ପ ହାଉସ ନିକଟରେ ଗାଡି ମୋଟର ଯାଞ୍ଚ କରିଥିଲେ । ଠିକ ସମୟରେ ଆନ୍ଧ୍ରପ୍ରଦେଶର ମୁଚିମପୁଟ ଥାନା ଅଞ୍ଚଳରୁ ୨ଟି ବୋଲେର ଗାଡି ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ଅଟକାଇ ଗାଡି ଯାଞ୍ଚ କରିଥିଲା । ଗାଡ଼ିରେ ଗଞ୍ଜେଇ ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ପରେ ଲମତାପୁଟ ଫାଣ୍ଡିରେ ଆଣି ୨ଟି ବୋଲେର ଗାଡିରୁ ୨୦୦କେଜି ୪୦୦ଗ୍ରାମ ଗଞ୍ଜେଇ ଓଜନ କରାଯାଇଥିଲା । ଯାହାର ଆନୁମାନିକ ମୁଲ୍ୟ ଅନ୍ତରାଜ୍ୟ ରେ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ମାମଲାରେ ମାଛକୁଣ୍ଡ ପୁଲିସ କର୍ଣ୍ଣାଟକ ରାଜ୍ୟ ୪ଜଣକୁ ଗିରଫ କରିଛି । ତା ସହ ୨ଟି ବୋଲେର ଗାଡି ଓ ୪ଟି ମୋବାଇଲ ଫୋନ କୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ୪ଜଣଙ୍କ ମଧ୍ୟରୁ ୨ଜଣ ଡ୍ରାଇଭର ଓ ୨ଜଣ ସହଯୋଗୀ ବୋଲି ପୁଲିସ ସୂଚନା ଦେଇଛି । ପୋଡ଼ାଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତ ମୁଚିମପୁଟ ଅଞ୍ଚଳରୁ, ଜଳାପୁଟ, ବଡ ସଗର ଓ ପାଡୁଆ ଦେଇ ହାଇଦ୍ରାବାଦକୁ ଗଞ୍ଜେଇ ଚୋରା ଚାଲାଣ କରାଯିବାର ଯୋଜନା କରାଯାଇଥିବା ମାଛକୁଣ୍ଡ ପୁଲିସ ସୂଚନା ଦେଇଛି । ଏହାର ଅଧିକ ତଦନ୍ତ ଜାରି ରହିଛିବା ପୁଲିସ ସୂଚନା ଦେଇଛି ।