୨୦୦ ବର୍ଷର ପରମ୍ପରା, ରଥଯାତ୍ରା ପରଦିନ ଗଡେ ନନ୍ଦୀଘୋଷ

ଫୋକସ ପ୍ଲସ (ଅସ୍ତରଙ୍ଗ)୦୩/୦୭/୨୦୨୨: ସାରା ବିଶ୍ୱ ଜାଣିଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଦାରୁ ତିନୋଟି ରଥ ରେ ବିଜେ କରି ଶ୍ରୀ ମନ୍ଦିର ରତ୍ନ ବେଦୀ ରୁ ଗୁଣ୍ଡିଚା ରାଣୀ ଙ୍କ ମନ୍ଦିର ଯାହାକି ଶ୍ରୀ ଜୀଉ ମାନଙ୍କ ର ଜନ୍ମ ବେଦୀ କୁ ନବଦିନ ପାଇଁ ଯାତ୍ରା କରନ୍ତି, ଯାହାକୁ ଘୋଷ ଯାତ୍ରା ଵା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବୋଲି କୁହାଯାଏ କିନ୍ତୁ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବନ୍ତିଳ ର ବ୍ରିଟିଶ ଶାସନ ସମୟ ର ଶ୍ରୀ ଜଗନ୍ନାଥ ମନ୍ଦିର ର ଶ୍ରୀ ଜୀଉ ଙ୍କ ଘୋଷ ଯାତ୍ରା ହୁଏ ରଥଯାତ୍ରା ପରଦିନ ଯାହାକୁ ନେଇ ରହିଛି ଗୋଟେ ସୁନ୍ଦର କାହାଣୀ

ବର୍ତମାନ ର ପୁରୁଖା ଲୋକ ଯାହା କୁହନ୍ତି ବହୁତ ପୁରାତନ ସମୟ ରୁ ଏହି ଗ୍ରାମ ବାସି ମନେ ସୁଦୂର ପୁରୀ ସହର କୁ ଯାନ୍ତି ରଥଯାତ୍ରା କୁ ତାହା ଫୁଣି ଶଗଡ଼ ଗାଡି ଓ ପଦଯାତ୍ରା କରି, ଅସ୍ତରଙ୍ଗ ରୁ ପୁରୀ ରେ ପହଂଚିବାକୁ ଲାଗୁଥିଲା ପୁରା ଗୋଟେ ଦିନ, ସେତେବେଳେ ନଥିଲା ବସ, କୀ ସୁଗମ ସଡ଼କ ବ୍ୟବସ୍ଥା କୀ କୌଣସି ମୋଟର ଗାଡି, ସେହି ସମୟ ରେ କିଛି ଲୋକ ଏହି ବନ୍ତିଳ ଶ୍ରୀ ଜୀଉ ଙ୍କ ରଥ ଟାଣି ପାରନ୍ତି ନାହିଁ, ଯେଉଁ କାରଣ ରୁ ନିଜ ଭକ୍ତ ଙ୍କ ଦ୍ୱାରା ଜଗନ୍ନାଥ ନିଜେ ରଥ ରେ ବସି ଜନ୍ମବେଦୀ କୁ ଯାଇପାରିନଥିଲେ ଓ ରଥ ପରଦିନ ପୁରୀ ରୁ ଭକ୍ତ ମାନେ ପହଂଚି ସେହି ରଥ କୁ ଟାଣି ଗୁଣ୍ଡିଚା ମନ୍ଦିର ରେ ପହଞ୍ଚେଇ ଥିଲେ

ସେହି ଦିନ ଠାରୁ ଏହି ଐତିହାସିକ ପରମ୍ପରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଳ ଗ୍ରାମ ରେ ରହି ଆସିଛି, ଆଜିବି ଭକ୍ତ ମାନେ ରଥଯାତ୍ରା ଦିନ ପୁରୀ ଯାଇ ଓ ତା ପରଦିନ ଆସି ଏହି ରଥ କୁ ଟାଣି ଗୁଣ୍ଡିଚା ମନ୍ଦିର ରେ ଲଗାନ୍ତି, ଏହି ରଥଯାତ୍ରା ଦେଖିବା ପାଇଁ ପୁରା କାକଟପୁର ନିର୍ବାଚନ ମଣ୍ଡଳୀ ର ହଜାର ହଜାର ସଂଖ୍ୟା ର ଲୋକ ଆସନ୍ତି, କରୋନା କାରଣ ରୁ ୨ ବର୍ଷ ଏହି ଉତ୍ସବ ବନ୍ଦ ରହିଥିଲା ଓ ଚଳିତ ବର୍ଷ ବହୁ ସଂଖ୍ୟା ର ଭକ୍ତ ମାନେ ଏହି ଉତ୍ସବ ରେ ସାମିଲ ହୋଇଥିଲେ, ଭଜନ ସନ୍ଧ୍ୟା, ଦୋକାନ
ବଜାର ସହିତ ମେଳଣ ମଧ୍ୟ ଏଠି ଲାଗିରୁହେ ଯାହାକୁ ଏକ ଛୋଟ ପୁରୀ ଘୋଷଯାତ୍ରା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *