୨୦୨୪ ପାଇଁ ଆମ୍ ଆଦମୀ ପାର୍ଟିର ଅଗଷ୍ଟ ୨୧ରେ ରଣହୁଙ୍କାର

ଫୋକସ ପ୍ଲସ(ମାଲକାନଗିରି)୧୨/୦୮/୨୦୨୨: ସରକାରୀ ଦଳ ବିଜେଡି ବିପକ୍ଷରେ ପାଦ ଥାପିବା ପାଇଁ ଆମ୍ ଆଦମୀ ପାର୍ଟିର ପ୍ରୟାସ। ଅଗଷ୍ଟ ୨୧ରେ ଭୁବନେଶ୍ଵର ଠାରେ ରାଜ୍ୟ କର୍ମୀ ସମ୍ମିଳନୀ।ଓଡିଶାରେ ଶିକ୍ଷା , ସ୍ବାସ୍ଥ୍ୟ , ବିଜୁଳି , ପାନୀୟଜଳ , କୃଷି , ଯୁବପିଢିଙ୍କୁ ରୋଜଗାର , ମହିଳା ସଶକ୍ତିକରଣ , ଆଦିବାସୀ ଭାଇଭଉଣୀଙ୍କ ଉନ୍ନତି ପାଇଁ ବିଭିନ୍ନ ରାଜନୈତିକ କାର୍ଯ୍ୟପନ୍ଥାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି।ସଂଗଠନକୁ ସୁଦୃଢ କରିବା ପାଇଁ କୋଣ ଅନୁକୋଣରେ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ବିକଳ୍ପ ରାଜନୀତି ବାର୍ତ୍ତାକୁ ପହଁଞ୍ଚାଇବ ଆପ ଦଳ। ବିଜେଡି ଦଳର ୨୩ ବର୍ଷ ଦୁର୍ନୀତି ଓ ଅରାଜକତା ଶାସନ ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ରାଜ୍ୟବାସୀଙ୍କ ଏକମାତ୍ର ବିକଳ୍ପ। ମୌଳିକ ଅଧିକାର ପ୍ରଦାନ , ସ୍ଵଚ୍ଛ , ଦୁର୍ନୀତିମୁକ୍ତ ଶାସନ ଏବଂ ଏକ ମଜଭୁତ ଅର୍ଥନୀତି ଗଢି ତୋଳିବା ଆପ ଦଳର ସ୍ୱତନ୍ତ୍ରତା। ଆଗାମୀ ନିର୍ବାଚନ ପାଇଁ ଆପ ଓଡ଼ିଶାର ମାଲକାନଗିରିରୁ ଆରମ୍ଭ କରିଛି ଗୋଟି ଚାଳନା।

ମାଲକାନଗିରି ରୁ ନିରଞ୍ଜନ ମଲ୍ଲ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *