୨୨ ପାହାଚରେ ୨୨ ଯୋଗିନୀ ।

ଫୋକସ ପ୍ଲସ 11/01/23(ବ୍ୟୁରୋ): ଶ୍ରୀ ଜଗନାଥଙ୍କୁ ଦର୍ଶନ କରିବାକୁ ପୁରୀ ତ ସମସ୍ତେ ଯାଇଥିବେ। ଜଗନାଥ ଦର୍ଶନ କରିବା ପୂର୍ବରୁ ଆପଣ ୨୨ ପାହାଚ ମଧ୍ୟ୍ୟ ଅତିକ୍ରମ କରିଥିବେ । କିନ୍ତୁ ଏହି ୨୨ ପାହାଚ ବିଷୟରେ ଆପଣ କେତେ ଜଣନ୍ତି । ବୋଉଳ ମାଳା , ମାଙ୍କଡ଼ା ପଥରରେ ତିଆରି ଏହି ୨୨ ଟି ପାହାଚ ର ନିର୍ମାଣ ସଂପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ । କିମ୍ବଦନ୍ତି ରହିଛି ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ୱରଙ୍କୁ ଆରାଧନା କରି ଏକ ପୁତ୍ର ସନ୍ତାନଟିଏ ଲାଭ କଲେ । ଜାତକରୁ ରାଜା ଜାଣିଲେକି ତାଙ୍କ ପୁତ୍ରର ଆୟୁଷ କେବଳ ୨୨ ବର୍ଷ। ଏହା ଜାଣିବା ପରେ ରାଜା ଭାନୁଦେବଙ୍କ ଆରାଧନାରେ ଜମ୍ବେଶ୍ୱର ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିରରେ ୨୨ଟି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ଶାସ୍ତ୍ର ଅନୁସାରେ ୨୨ ପାହାଚ ହେଉଛି ୨୨ ଜଣ ଯୋଗିନୀ । ସେମାନଙ୍କ ନା ହେଉଛି ଦିବ୍ୟ , କୁମୁଦବତି , ମନ୍ଦା , ଛନ୍ଦବତି ,ଦୟାବତୀ , ରଂଞ୍ଜନୀ,ରତିକା , ରୌଦ୍ର, କ୍ରୋଧା ,ବଦ୍ରିକା, ପ୍ରସରିଣୀ , ବ୍ରତୀ , ମାର୍ଜନୀ ,କ୍ଷତି ,ରକ୍ତା ,ସଂଗୀପନି , ଆଜାପନି , ମାଦାନ୍ତି, ରୋହିଁଣି , ରମ୍ୟ, ଉଗ୍ରା, ମାୟାବିନୀ । ଏମାନେ ଭକ୍ତ ମାନଙ୍କ ଦୁର୍ଗୁଣ ,ଆତ୍ମା ଅଭିମାନ ଅହମିକା ସବୁ ବିନାଶ କରନ୍ତି ।ତା ବ୍ୟତୀତ ପିତୃ ପୁରୁଷଙ୍କ ଉଦ୍ଧେସ୍ୟରେ ହେଉଥିବା ପିଣ୍ଡ ଦାନକୁ ସେମାନଙ୍କ ଠାରେ ଯଥାସ୍ଥାନରେ ପହଞ୍ଚେଇ ଦିଅନ୍ତି ।

Leave a Reply

Your email address will not be published. Required fields are marked *