୨୬୬ ଟଙ୍କା ୟୁରିଆକୁ ୫୦୦ଟଙ୍କାରେ ବିକୁଛନ୍ତି ବେପାରୀ

ଫୋକସ ପ୍ଲସ(ବ୍ୟୁରୋ)୧୦/୦୯/୨୦୨୨: ରାଜ୍ୟରେ ଦେଖାଦେଇଛି ସାର ସଙ୍କଟ | ବାଲାଙ୍ଗୀରରେ ଆରମ୍ଭ ହେବ ଖରିପ ଫସଲ | ଆବଶ୍ୟକ ୨୨ ହଜାର ମେଟ୍ରିକ୍ ଟନ୍ ର ୟୁରିଆ |ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩0 ମେଟ୍ରିକ୍ ଟନ୍ ୟୁରିଆ ପହଞ୍ଚି ସାରିଲାଣି | ୟୁରିଆ ସାର ବସ୍ତାର ଦର ୨୬୬ ଟଙ୍କା ୫0 ପଇସା ରହିଥିବା ବେଳେ ଜିଲ୍ଲା ରେ ୪୭0 ରୁ ୫୫0 ଟଙ୍କାରେ ବିକ୍ରି ଚାଲିଛି |ରାଜ୍ୟର ସବୁ ଜିଲ୍ଲାରେ ଯଥେଷ୍ଟ ୟୁରିଆ ମହଜୁଦ ରହିଛି | ଚଳିତ ବର୍ଷ ସଠିକ ସମୟରେ ରାଜ୍ୟରେ ସାର ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି | କିନ୍ତୁ ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ମିଳିପାରୁନାହିଁ |ସାରକୁ ନେଇ ଦଲାଲ ସାଜିଛନ୍ତି ବେପାରୀ |ବଜାରରେ ଚାଲୁଛି କଳାବେପାର l ଅନେକ ଜିଲ୍ଳାରେ ଚାଷୀମାନେ ଘରୋଇ ବେପାରୀଙ୍କ ଠାରୁ ୫00 ରୁ ୬00 ରେ ସାର କିଣୁଛନ୍ତି | କିନ୍ତୁ ଚାଷୀଙ୍କ ଦୁଃଖ ବୁଝୁ ନାହାନ୍ତି ସାର ଯୋଗାଣ ଦାୟିତ୍ୱ ରେ ଥିବା ପ୍ରାଥମିକ କୃଷି ସମବାୟ ସମିତି | ବର୍ତ୍ତମାନ ଘରୋଇ ବେପାରୀଙ୍କ କବାଜରେ ରହିଛି ସାର | ତେବେ ଚାଷୀଙ୍କ ପ୍ରତି ରହିଥିବା କର୍ତ୍ତବ୍ୟ ଠାରୁ ରାଜ୍ୟ ସରକାର କାହିଁକି ଦୁରେଇ ରହୁଛନ୍ତି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି |

Leave a Reply

Your email address will not be published. Required fields are marked *