୨ ବଳଦକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଫୋକସ ପ୍ଲସ ୧୧/୬/୨୨ (କୋକସରା ): କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କାର୍ଯ୍ୟାଳୟର ଗଲି ଭିତରେ ଫସିଥିବା ୨ ଟି ବଳଦ କୁ ଶୁକ୍ରବାର ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।ସୂଚନା ମତେ, କାଉଡୋଲା ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରହିଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ର ଓ ପାଚେରୀ ଗଲି ଭିତରେ ଚରିବାକୁ ଯାଇଥିବା କାଉଡୋଳା ଗ୍ରାମର ଫକୀର ମାଝୀ ଓ କମଲ ମାଝୀଙ୍କ ୨ଟି ବଳଦ ଦିର୍ଘ ୩ ଘଣ୍ଟା ଧରି ଫସି ରହିଥିଲା। ଏନେଇ ବଳଦ ମାଲିକ ଦ୍ବୟ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ପାଚେରୀ ଭାଙ୍ଗି ୨ଟି ଗାଈ କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *