୩ଜଣ ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଅମ୍ଳାନ |

ଫୋକସ ପ୍ଲସ ୨୫/୧/୨୩(ବ୍ୟୁରୋ):ପ୍ରଥମେ ମାଆ, ତା ପରେ ବାପା ଆଉ ଏବେ ଭାଇ । ୩ଜଣ ଆତ୍ମୀୟଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଅମ୍ଳାନ । ହଁ ଦର୍ଶକବନ୍ଧୁ ମିହିରଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କର ଗତକାଲି ଦେହାନ୍ତ ହୋଇଛି । ଅଭିନେତା ମହିର ଦାସ ଗତବର୍ଷ ଜାନୁଆରୀ ୧୧ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ । ମହିର ଦାସଙ୍କ ବିୟୋଗଙ୍କୁ ଗୋଟିଏ ବର୍ଷ ହେଉ ହେଉ ଦୁନିଆ ଛାଡି ଚାଲି ଯାଇଛନ୍ତି ତାଙ୍କ ସାନ ପୁଅ ଅକ୍ଳାନ୍ତ ଦାସ । ଅକ୍ଳାନ୍ତଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା ।ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ପରଲୋକ ଅନେକ ବର୍ଷ ତଳୁ ମହିର ଦାସଙ୍କ ପତ୍ନୀଙ୍କ ବିୟୋଗ ହୋଇଥିଲା । ଗତ ବର୍ଷ ମିହିର ଦାସଙ୍କ ପରଲୋକ ପୁଣି ଏବେ ତାଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାପା ମାଆ ଓ ଭାଇଙ୍କୁ ହରାଇ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି ଅଭିନେତା ଅମ୍ଲାନ ଦାସ । ତିନି ଜଣଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଅମ୍ଳାନ । ଅକ୍ଲାନ୍ତଙ୍କର ଲିଭରରେ ସମସ୍ୟା ଥିଲା। ଏଥିପାଇଁ ସେ ମାସେ ହେଲା ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା। ହଠାତ୍ ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଗତକାଲି ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *