୩୫ତମ ଜନ୍ମଦିନ ପାଳନ କଲେ ରାଘବ ଚଢ଼ା: ସୁନ୍ଦର ନୋଟ୍‌ ଲେଖି ଶୁଭେଚ୍ଛା ଜଣାଇଲେ ପତ୍ନୀ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ତାଙ୍କ ସ୍ବାମୀ ରାଘବ ଚଢ଼ାଙ୍କ ଜନ୍ମଦିନ ପାଳନ କରିଛନ୍ତି। ରାଘବ ନଭେମ୍ବର ୧୧ ତାରିଖରେ ତାଙ୍କର ୩୫ତମ ଜନ୍ମଦିବସ ପାଳନ କରିଛନ୍ତି। ତାଙ୍କ ଭଲପାଉଥିବା ଲୋକଙ୍କ ନିକଟରୁ ରାଘବଙ୍କୁ ଖୁବ୍ ଭଲପାଇବା ମିଳିଛି। ଏହି ଖାସ୍‌ ଦିନରେ ପରୀଣିତି ଚୋପ୍ରା ବି ତାଙ୍କ ସ୍ବାମୀଙ୍କ ପାଇଁ ଏକ ସୁନ୍ଦର ନୋଟ୍‌ ଲେଖିଛନ୍ତି। ଯେଉଁଥିରେ ଦୁଇ ଜଣଙ୍କ ରୋମାଣ୍ଟିକ୍‌ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଫଟୋଗୁଡ଼ିକରେ ପରିଣୀତି ଓ ରାଘବ କେବେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଛନ୍ତି ତ ପୁଣି କେବେ ବିଦେଶୀ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ସେହି ଫଟୋଗୁଡ଼ିକ ଭିତରୁ ଗୋଟାଏ ଫଟୋ ଏପରି ବି ଅଛି, ଯେଉଁଥିରେ ପରିଣୀତିଙ୍କ ପାଦରେ ମେହେନ୍ଦୀ ଲାଗିଥିବାର ଦେଖିବାକୁ ମିଳିିଛି। ଏହି ସବୁ ଅଦେଖା ଫଟୋକୁ ସେୟାର୍‌ କରି ପରୀ ଲେଖିଛନ୍ତି, ‘‘ତୁମେ ଭଗବାନଙ୍କ ନିକଟରୁ ମିଳିଥିବା ସବୁଠାରୁ ଭଲ ଉପହାର। ତୁମ ବୁଦ୍ଧି ମୋତେ ଖୁବ୍ ହଇରାଣ କରୁଛି। ତୁମ ମୂଲ୍ୟବୋଧ, ସଚ୍ଚୋଟତା ଓ ବିଶ୍ବାସ ମୋତେ ଜଣେ ଭଲ ମଣିଷ ବନାଉଛି। ପ୍ରତିଦିନ ପରିବାର ପ୍ରତି ତୁମର ଉତ୍ସର୍ଗୀକୃତତା ଦେଖି ଭାଗ୍ୟଶାଳୀ ମନେହୁଏ। ତୁମ ଶାନ୍ତ ରହିବା ମୋର ଔଷଧ। ଆଜି ଆନୁଷ୍ଠାନିକ ଭାବେ ମୋର ପ୍ରିୟ ଦିନ। ଜନ୍ମଦିନ ଶୁଭକାମନା ସ୍ବ‌ାମୀ।’’ ନିକଟରେ  ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ସ୍ୱାମୀ ରାଘବ ଚଢ଼ା ତାଙ୍କୁ ଏକ ସ୍ବତନ୍ତ୍ର ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଥିଲେ। ରାଘବ ତାଙ୍କ ପତ୍ନୀଙ୍କ ସହ ଅନେକ ଫଟୋ ସେୟାର କରି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲେ। ପରିଣୀତି ଚୋପ୍ରାଙ୍କ ସହ ଫଟୋ ସେୟାର କରି ରାଘବ ଚଢ଼ା କ୍ୟାପସନରେ ଲେଖିଥିଲେ ଯେ, ‘‘ତୁମେ ମୋ ଜୀବନକୁ ସୁପରଷ୍ଟାର ପରି ଆସି ଉଜ୍ଜ୍ୱଳ କରିଦେଇଛ। ତୁମର କେବଳ ଗୋଟିଏ ହସ ମୋର ବିଶୃଙ୍ଖଳିତ ଜୀବନକୁ ଚମତ୍କାର କରିଦିଏ। ତୁମେ ମୋ ଦୁନିଆକୁ ବହୁତ ଖୁସି ନେଇ ଆସିଛ। ଏହି ବିଶେଷ ଦିନରେ, ମୁଁ ସେହି ଶ୍ରେଷ୍ଠ ମହିଳାଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଛି, ଯିଏ ହେଉଛ ତୁମେ। ଜନ୍ମଦିନର ଶୁଭେଚ୍ଛା ପତ୍ନୀ।’’

Leave a Reply

Your email address will not be published. Required fields are marked *