୩ ଦିନ ପରେ ବୁଦା ମୂଳରୁ ମିଳିଲା ଯୁବକଙ୍କ ମୃତଦେହ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଅନୁଗୁଳ:  ଆଜି ସକାଳେ ଅନୁଗୁଳ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ନିକଟରେ ଥିବା ଏକ ବୁଦା ମୂଳରୁ ଜଣେ ୩୦ ବର୍ଷୀୟ ଯୁବକ ର ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣକ ହେଲେ ରତନ ନାଏକ , ସେ ଛେଣ୍ଡିପଦା ବ୍ଲକ ନତଡା ଗ୍ରାମର ହୋଇଥିବା ବେଳେ ସେ ଆଜକୁ ୩ ବର୍ଷ ହେବ ଏକଘରିଆ ଗ୍ରାମରେ ରହି ଦେଶୀମଦ ବ୍ୟବସାୟ କରନ୍ତି । କିନ୍ତୁ ଗତ ଶନିବାର ୪ ତାରିଖ ଦିନ ରତନ ନିଖୋଜ ଥିବାନେଇ ପରିବାର ଲୋକେ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ରତନ କୁ ଖୋଜିବାରେ ବିଫଳ ହୋଇଥିଲା । ଏଥିସହ ପରିବାର ଲୋକେ ମଧ୍ୟ ବହୁ ଖୋଜାଖୋଜି କରିବା ଭିତରେ ଏକଘରିଆ ଗାଁ ମୁଣ୍ଡରେ ଥିବା ଏକ ବୁଦା ମୂଳରୁ ରତନ ଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ । ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରତନ ଙ୍କୁ ଘରୁ ଡାକି ନେଇ ଷଡଯନ୍ତ୍ର କରି ମାରି ଦିଆଯାଇଛି । ଅନ୍ୟପଟେ ସ୍ତ୍ରୀ ରୀନା ନାଏକ କହିଛନ୍ତି ମୋ ସ୍ବାମୀ ରତନ ନାଏକ ସହ ଶତ୍ରୁ ନାମକ ଏକ ବିହାରୀ ମଦ ବ୍ୟବସାୟୀଙ୍କ ମଧ୍ୟରେ ମଦ କାରବାରକୁ ନେଇ ତିକ୍ତତା ଉପୁଜିଥିଲା । ଯାହାକୁ ନେଇ ସେ ଏଭଳି କାଣ୍ଡ ଭିଆଇଛନ୍ତି ଵୋଲି ସ୍ତ୍ରୀ ରୀନା ନାଏକ ଅଭିଯୋଗ କରିଛନ୍ତି ।

 

Leave a Reply

Your email address will not be published. Required fields are marked *