୪,୫୦୦କୋଟିର ମୁକୁଟ ପିନ୍ଧିବେ ବ୍ରିଟେନ ନୂତନ ରାଜା

ଫୋକସ ପ୍ଲସ(ବ୍ୟୁରୋ)୧୦/୦୯/୨୦୨୨:ବ୍ରିଟେନର ନୂତନ ତଥା ୪୦ତମ ରାଜା କିଙ୍ଗ୍ ଚାର୍ଲସ ତୃତୀୟ ପିନ୍ଧିବେ ୪,୫୦୦ କୋଟି ଟଙ୍କାର ମୁକୁଟ | ରାଜ୍ୟଭିଷେକ ପରେ ତାଙ୍କୁ କୋହିନୁର ହୀରା ଖଞ୍ଜିତ ୨.୨୩ କିଲୋଗ୍ରାମ ର ସୁନା ମୁକୁଟ ପିନ୍ଧାଯିବ |ରାଜାଙ୍କୁ ବକିଙ୍ଗହାମ ପ୍ୟାଲେସ୍ ରେ ସ୍ୱାଗତ କରାଯାଇଛି | ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱତୀୟ ଙ୍କ ମୃତ୍ୟୁ ପରେ ତାଙ୍କ ପୁଅଙ୍କୁ ବ୍ରିଟେନର ସମ୍ରାଟ ଘୋଷଣା କରାଯାଇଛି | ରାଜପରିବାର ପରମ୍ପରା ଅନୁଯାୟୀ ଚାର୍ଲସଙ୍କୁ ୪ଟି ନାମ ଯଥା ଚାର୍ଲସ, ଫିଲିପ୍, ଆର୍ଥର ଏବଂ ଜର୍ଜ ବାଛିବାପାଇଁ କୁହାଯାଇଥିଲା | ଶେଷରେ ସେ ଚାର୍ଲସ ତୃତୀୟ କୁ ଚୟନ କରିଥିଲେ |

କିଙ୍ଗ ଚାର୍ଲସ ତୃତୀୟ ବ୍ରିଟେନର ନୂତନ ସମ୍ରାଟ ଭାବରେ ବକିଙ୍ଗହାମ ପ୍ୟାଲେସ ରେ ପହଞ୍ଚିବା ପରେ ହଜାର ହଜାର ଶୁଭେଚ୍ଛା ର ଶୁଅ ଛୁଟିଥିଲା | ତାଙ୍କ ପତ୍ନୀ ଡାଚେସ ଅଫ କର୍ଣ୍ଣୱାଲ କାମିଲା ପାର୍କର ୱାବେଲସ୍ ଙ୍କୁ କୁଇନ୍ କନ୍ସର୍ଟ ନାମରେ ନାମିତ କରାଯିବାର ଯୋଜନା ମଧ୍ୟ ରହିଛି |

Leave a Reply

Your email address will not be published. Required fields are marked *