୪.୨ ତୀବ୍ରତାର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ (Earthquake in Afghanistan) । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ୪.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି।

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୭ଟା ୨୩ ମିନିଟରେ ଭୂକମ୍ପ ଅନୂଭୁତ ହୋଇଛି । କାବୁଲର ୩୪୪ କିଲୋମିଟର ପଶ୍ଚିମରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ଗଭୀରତା ୧୧୦ କିଲୋମିଟର ଥିବା ରେକର୍ଡ କରାଯାଇଛି । ଏହାର ଦ୍ରାଘିମା ୬୫.୪୫ ଓ ଅକ୍ଷାଂଶ ୩୪.୬୮ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *